ପୁରୁଣା ଆଉଟ୍, ନୂଆ ଇନ୍ ରାଉରକେଲାରୁ ଦିଲ୍ଲୀପ, ରଣପୁରରୁ ସୁରମା

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ । ରଣପୁରରେ ପ୍ରାର୍ଥୀ ବଦଳାଇ ପୁଣି ସୁରମା ପାଢ଼ୀଙ୍କୁ ଟିକେଟ ଦିଆଯାଇଛି । ପଟାଙ୍ଗୀରେ ବି ଦଳ ପ୍ରାର୍ଥୀ ବଦଳାଇଛି । ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଉ ୨୧ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ମାତ୍ର ୫ ଜଣଙ୍କୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇ ଦେଇଛି । ପୂର୍ବରୁ ଦଳ ୧୧୨ ଆସନରେ ପ୍ରାର୍ଥୀ ଦେଇଥିଲା । ଆଜି ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ୨ ଆସନରେ ପ୍ରାର୍ଥୀ ବଦଳାଇଛି । ତେଣୁ ଏଯାବତ ବିଜେପି ୧୩୧ ଆସନରେ ପ୍ରାର୍ଥୀ ଦେଇଛି । ଆହୁରି ୧୬ ଆସନ ପାଇଁ ଏବେବି ଦଳ ଅଙ୍କ କଷା ଜାରିକରିଛି ।
ରାଉରକେଲାରେ ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀ କରିଥିବାବେଳେ ପାଟଣାରେ ଅଖିଳ ଚନ୍ଦ୍ର ନାୟକ, ସାରସକଣାରେ ଭାଦବ ହାଁସଦା, ରାଇରଙ୍ଗପୁରରେ ଜୋଲେନ ବାରଦା, ବାଙ୍ଗିରିପୋଷୀରେ ସଞ୍ଜଳୀ ମୁର୍ମୁ, କରଞ୍ଜିଆରେ ପଦ୍ମଚରଣ ହାଇବ୍ରୁ, ଝରିଗାଁରେ ନରସିଂହ ଭାତ୍ରା, ଡାବୁଗାଁରେ ସୋମନାଥ ପୂଜାରୀ, ରାଜନଗରରେ ଲଳିତ ବେହେରା, ବାଲିକୁଦା-ଏରସମାରେ ସତ୍ୟସାରଥି ମହାନ୍ତି, ଜଗତସିଂହପୁରରେ ଅମରେନ୍ଦ୍ର ଦାସଙ୍କୁ ଟିକେଟ ମିଳିଛି । ସେହିପରି କାକଟପୁରରେ ବାଇଧର ମଲ୍ଲିକ, ରଣପୁରରେ ସୁରମା ପାଢ଼ୀ, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରେ ଜଗନ୍ନାଥ ନୁଣ୍ଡୁ୍ରକା, ରାୟଗଡ଼ାରୁ ବସନ୍ତ କୁମାର ଉଲ୍ଲାକା, ଲକ୍ଷ୍ମୀପୁରରେ କୈଳାସ କୁଳେସିକା, କୋଟପାଡ଼ରେ ରଘୁ ଭାତ୍ରା, ପଟାଙ୍ଗୀରେ ଚୈତନ୍ୟ ନନ୍ଦିବାଲୀ ଓ ଚିତ୍ରକୋଣ୍ଡାରେ ଦଳ ଡମ୍ବରୁ ସିସାଙ୍କୁ ଟିକେଟ ଦେବବୋଲି ଘୋଷଣା କରିଛି ।
ପ୍ରଥମ ଦଫା ତାଲିକାରେ ପଟାଙ୍ଗୀରୁ ଚୈତନ୍ୟ ହନ୍ତାଳ ଓ ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଟିକେଟ ଦେଇଥିଲା । କିନ୍ତୁ ଏବେ ଦୁଇଟି ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇଦେଇଛି । ସେହିପରି ବିଧାୟକଙ୍କ ଟିକେଟ ବି ବିଜେପି କାଟିଦେଇଛି ।