ଓସିଏ ଛାଡ଼ିଲେ ବବି ଦାସ

ଓସିଏ ଛାଡ଼ିଲେ ବବି ଦାସ

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି  । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି  । ଯାହାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟିହୋଇଛି  । କେଉଁ ପରିପ୍ରେକ୍ଷୀରେ ବବି ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ତାହାକୁ ନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜୋରଧରିଛି  ।
ସୂଚନାଯୋଗ୍ୟଯେ, ଓସିଏ ସଭାପତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ବବି ବାଜିମାତ୍ କରିଥିଲେ  । ଏବେବି ତାଙ୍କର କାର୍ଯ୍ୟକାଳ ସରିନଥିଲା  । ଏନେଇ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତିଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବବି ସଭାପତି ହୋଇଥିଲେ  । କିନ୍ତୁ ସେ ସମୟ ଦେଇପାରୁନଥିବାରୁ ଇସ୍ତଫା ଦେଇଛନ୍ତି  । ୪୫ ଦିନ ମଧ୍ୟରେ ଓସିଏ ସଭାପତି ନିର୍ବାଚନ ହେବ  । ଅପରପକ୍ଷରେ ନିର୍ବାଚନ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ସଭାପତି ଦାୟିତ୍ୱରେ ରହିବେ  ।