ବାଲିଯାତ୍ରା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟେଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଟକରେ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ୨୦୨୪ ନଭେମ୍ବର ୧୫ରୁ ଆରମ୍ଭ ହେଉଛି ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା । ସାଂସ୍କୃତିକ ଓ ଐତିହାସିକ ପ୍ରଦର୍ଶନୀ, ହସ୍ତତନ୍ତ ପ୍ରଦର୍ଶନ ଏବଂ ସ୍ଥାନୀୟ ଖାଦ୍ୟ ସହିତ ଏହା ସବୁ ବୟସର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ସାଂସ୍କୃତିକ ଆକର୍ଷଣ ହୋଇ ରହିଛି । ଟିପିସିଓଡିଏଲ୍ ପକ୍ଷରୁ ବାଲିଯାତ୍ରା ମେଳା ପଡ଼ିଆର ସମଗ୍ର ୧୩୦ ଏକର ଜମିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ଷ୍ଟଲ୍ ମାଲିକଙ୍କ ପାଇଁ ପ୍ରାୟ ୧୦୦୦ ଅସ୍ଥାୟୀ ସଂଯୋଗ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷର ସରଳ ଓ ପ୍ରଭାବଶାଳୀ ଆବେଦନ ଓ ବିଦ୍ୟୁତ ସଂଯୋଗ ପ୍ରକ୍ରିୟାକୁ ସେମାନେ ଭୂୟଶୀ ପ୍ରଶଂସା କରିଛନ୍ତି । ବାଲିଯାତ୍ରା ଉପର ଓ ତଳ ପଡ଼ିଆରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଜୁଳି ସୁନିଶ୍ଚିତ କରିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଟିପିସିଓଡିଏଲ୍ ପକ୍ଷରୁ ୧୦ଟି ଫ୍ୟୁଜ୍ କଲ୍ ସେଣ୍ଟର ସ୍ଥାପନ କରାଯାଇଛି ।
ବାଲିଯାତ୍ରା ୨୦୨୪ ପାଇଁ ପ୍ରସ୍ତୁତି ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ ସିଂହ କହିଛନ୍ତି ଯେ, ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ଏହି ପାର୍ବଣ ଋତୁକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ପାଇଁ ଟିପିସିଓଡିଏଲ୍ ସମର୍ପିତ ରହିଛି । ଆମର ବ୍ୟାପକ ଯୋଜନା ଏବଂ ସୁଦୃଢ଼ ଭିତିଭୂମି ସହିତ ଆମେ ସୁନିଶ୍ଚିତ କରୁଛୁ । ମହୋତ୍ସବର ଶକ୍ତି ଆବଶ୍ୟକତାକୁ କିଭଳି ଦକ୍ଷତାର ସହ ଏବଂ ସୁରକ୍ଷିତ ଭାବରେ ପୂରଣ କରାଯାଇପାରିବ । ଟିପିସିଓଡିଏଲ୍ ସବୁବେଳେ ଆପଣମାନଙ୍କ ପାଇଁ ଓ ସର୍ବଦା ଆପଣମାନଙ୍କ ସହିତ ରହିଛି । ଏହି ପ୍ରୟାସ ମାଧ୍ୟମରେ ଗୋଷ୍ଠୀ କଲ୍ୟାଣ ଏବଂ ନିରାପତ୍ତା ପ୍ରତି ନିଜର ସମର୍ପଣକୁ ଦୋହରାଇଛି ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି ।