ଶରଧାବାଲିରେ ପହଞ୍ଚିଲା ତାଳଧ୍ବଜ ଓ ଦର୍ପଦଳନ

ପୁରୀ: ଶରଧାବାଲିରେ ଲାଗିଲା ପ୍ରଭୁ ବଡ ଠାକୁରଙ୍କ ବଳଭଦ୍ରଙ୍କ ତାଳଧ୍ବଜ ରଥ ଓଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ଗଡି ଗଡି ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାରିଛନ୍ତି ବିଶ୍ବନିଅନ୍ତା । ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ଗତକାଲି ବଡଦାଣ୍ଡରେ ଅଟକିଥିବା ତିନିରଥ ଆଜି ଶରଧାବାଲିରେ ପହଞ୍ଚିବ । ରତ୍ନବେଦୀରୁ ଜନ୍ମବେଦୀକୁ ଅଭିମୁଖେ ଦାରୁବ୍ରହ୍ମ । ଆଉ କିଛି ସମୟ ପରେ ଆରମ୍ଭ ହେବ ରଥ ଟଣା । ଶ୍ରୀଜିଉଙ୍କ ରଥକୁ ଶ୍ରୀଗୁଣ୍ଡିଚା ଅଭିମୁଖେ ଟାଣି ନେବେ ଲକ୍ଷାଧିକ ଭକ୍ତ । ଏଥର ବିରଳ ରଥଯାତ୍ରା ଦେଖିଲେ ବିଶ୍ବବାସୀ । ଗତକାଲି ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୫ଟାରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ହୋଇଥିଲା । ଏହା ପଛକୁ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଥିବା ବେଳେ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା ।