ତିଲକ ଓ ତି୍ରଶାଙ୍କ ସଂଗୀତରେ ଝୁମିଲେ ଦର୍ଶକ 

 ପାରାଦୀପ: ଆଠଦିନ ବ୍ୟାପି ଚାଲିଥିବା ପାରାଦୀପ କଳିଙ୍ଗ ବାଲିଯାତ୍ରାର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହେଉଛି  । ତେବେ ପ୍ରଥମ ତିନିଦିନ ଏହି ମହୋସôବରେ ସେତେଟା ଗହଳି ନ ଥିବା ବେଳେ ଚତୁର୍ଥ ସନ୍ଧ୍ୟାରେ ପ୍ରବଳ ଗହଳି ହୋଇଥିଲା । ସେହିପରି ଏହି ମହୋସôବରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନଙ୍କୁ ସ୍ୱଳ୍ପ ସମୟରେ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ ପରେ ଶେଷରେ କଳାକାଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ମହୋସôବର ପଞ୍ଚମ ସନ୍ଧ୍ୟାରେ ସ୍ଥାନୀୟ ଆଦିଦେବ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପଶ୍ଚିମବଙ୍ଗର ନାମୀ କଣ୍ଠଶିଳ୍ପୀ ତିଲକ ଚକ୍ରବର୍ତ୍ତୀ ଓ ତ୍ରିଶାଙ୍କ ମନଛୁଆଁ ସଂଗୀତ ପରିବେଷଣ ହଜାର ହଜାର ଦର୍ଶକଙ୍କ ମନ ଛୁଇଁ ପାରିଥିଲା  । ତେବେ ଅନୁଷ୍ଠାନକୁ ମାତ୍ର ଅଧଘଣ୍ଟା କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିଥିବା ବେଳେ ଉପସ୍ଥିତ ଦର୍ଶକଙ୍କ ଅନୁରୋଧ କ୍ରମେ ଏହି କାର୍ଯ୍ୟକ୍ରମ ଆଉ କିଛି ସମୟ ଧରି ଚାଲିଥିଲା । କଳାକାରଙ୍କ ଦ୍ୱାରା ଆୟୋଜିତ ସଂଗୀତ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯିବା ସହ ବାଲିଯାତ୍ରା ପାଇଁ ଏକ ଆଦର୍ଶ ସୃଷ୍ଟି କରିଥିବା ନେଇ ଚର୍ଚ୍ଚା ହେଉଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଦିଦେବ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନର ଅଧ୍ୟକ୍ଷା ବନ୍ଦିତା ସୁଭଦର୍ଶିନୀ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା ଚନ୍ଦ୍ରକାନ୍ତ ସୂତାର, ବବ୍ରୁବାହନ ରାଉତ, ସଭାପତି ବିରଜା ପ୍ରସାଦ ତ୍ରିପାଠୀ, ରନôାକର ସ୍ୱାଇଁ, ସୁଧାଂଶୁ ନାୟକ, ପ୍ରଶାନ୍ତ ସ୍ୱାଇଁ, ଆଇନଜୀବୀ ରବିନ୍ଦ୍ର ଜେନା, ସନ୍ତୋଷ ଭାରତୀ, ସ୍ମୃତି ଚନ୍ଦନ ତ୍ରିପାଠୀ, ପ୍ରଭାକର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।