ଓବିସି ମଞ୍ଚ ପକ୍ଷରୁ ଦାବିପତ୍ର
ବୌଦ୍ଧ : ଓଡିଶା ଓବିସି ମଞ୍ଚ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ସରକାର ଏସଇବିସିମାନଙ୍କୁ ଯେଉଁ ସଂରକ୍ଷଣ ଦେଉଛନ୍ତି ତାହା ମଣ୍ଡଳ କମିଶନଙ୍କ ରିପୋର୍ଟ ପ୍ରକାରେ ଓବିସିମାନେ ସଂରକ୍ଷଣ ପାଇପାରୁନାହାନ୍ତି । ଓଡିଶାରେ ଏସିଇବିସିମାନଙ୍କୁ ଦେଉଥିବା ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ, ଏଣୁ ମଣ୍ଡଳ କମିଶନ ରିପୋର୍ଟ ପ୍ରକାରେ ଦୁଇ ଶହ ପଛୁଆ ଜାତିକୁ ୨୭% ସବୁ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି । ଆସନ୍ତା ଦିନରେ ଜାତି ଆଧାରିତ ଜନଗଣନା ତୁରନ୍ତ କରି ସଂଖ୍ୟା ଆଧାରିତ ସବୁ କ୍ଷେତ୍ରରେ ଯଥା ଶିକ୍ଷା, ଚାକିରି, ରାଜନୀତି, କୃଷି, ବ୍ୟବସାୟରେ ଯେତିକି ସଂଖ୍ୟାକୁ ସେତିକି ସଂରକ୍ଷଣ ଦେବାକୁ ମଞ୍ଚ ଦାବି କରିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ଓବିସି ମଞ୍ଚର ସହସମ୍ପାଦକ କୃତ୍ତିବାସ ପଲିଆ, ଜିଲ୍ଲା ସଂଯୋଜକ ସ୍ୱାଧୀନ କୁମାର ପ୍ରଧାନ ,ବିକାଶ ଚନ୍ଦ୍ର ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ ।