ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ; ଆସନ୍ତା ୧୬ରୁ ମରାମତି

ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ; ଆସନ୍ତା ୧୬ରୁ ମରାମତି

ରତ୍ନଭଣ୍ଡାର ମରାମତି ନେଇ ଆସିଲା ବଡ଼ ଖବର।  ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ କଲା ଏଏସ୍‌ଆଇ। ଆସନ୍ତା ୧୬ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ। ମରାମତି ପାଇଁ ଦିନକୁ ୫ରୁ୬ ଘଣ୍ଟା  କାମ ହେବ। ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ କରିଛି ଏଏସ୍‌ଆଇ। ରତ୍ନଭଣ୍ଡାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଯାଇଛି। କିନ୍ତୁ ନୀତି ସବ୍‌କମିଟିରୁ କିଛି ନିଷ୍ପତ୍ତି ଆସିନାହିଁ।ଆସନ୍ତାକାଲି କିମ୍ବା ମଙ୍ଗଳବାର ସେମାନଙ୍କର ବୈଠକ ବସିବାର ଅଛି। ତାପରେ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ। ପରେ ବାହାର ରତ୍ନଭଣ୍ଡାରର ମରାମତି ହେବ। ଆବଶ୍ୟକ ସ୍ଥଳେ ପଥରଗୁଡ଼ିକୁ ବଦଳାଯିବ। ଡିପ୍ଲାଷ୍ଟର କଲା ପରେ କେତେ କାମ ଆବଶ୍ୟକ ଓ କ’ଣ କ’ଣ ଆବଶ୍ୟକ ହେବ, ତାହା ସ୍ପଷ୍ଟ ହେବ। ତେଣୁ  କେତେ ଦିନରେ କାମ ସରିବ ତାହା ଏବେଠାରୁ କହିହେବ ନାହିଁ ।