ସମର୍ଥ ବର୍ମା ଲଘୁ ଖଣିଜ ନିଦେ୍ର୍ଦଶକ



ଭୁବନେଶ୍ୱର:  ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ କରାଯାଇଛି  । ୩ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି  । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚ ଆଇଏଏସ୍ ଅଫିସର ସମର୍ଥ ବର୍ମାଙ୍କୁ ବୈଷୟିକ ଶିକ୍ଷା ଏବଂ ତାଲିମ ନିଦେ୍ର୍ଦଶକ ସହ ଲଘୁ ଖଣିଜ ନିଦେ୍ର୍ଦଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି  । ୨୦୧୧ ବ୍ୟାଚ ଆଇଏଏସ୍ ଅଫିସର କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ରାଜ୍ୟ ସିଭିଲ୍ ସପ୍ଳାଏ କର୍ପୋରେସନର ପରିଚାଳନା ନିଦେ୍ର୍ଦଶକ ଭାବରେ ନିଯୁକ୍ତ କରାଯାଇଛି  । ୨୦୧୩ ବ୍ୟାଚର ଆଇଏଏସ୍ ଅଧିକାରୀ ଶୁଭମ ସାକ୍ସେନାଙ୍କୁ ଓଡ଼ିଶା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଭାବରେ ନିଯୁକ୍ତ କରାଯାଇଛି  ।