ସୋରିଷ ତେଲ-ହଳଦୀ: ଘରୋଇ ବୈଦ୍ୟ

ସୋରିଷ ଏବଂ ହଳଦୀକୁ ଆମେ ରୋଷେଇରେ ନିଶ୍ଚୟ ବ୍ୟବହାର କରିଥାଉ । ଖାଦ୍ୟର ସ୍ୱାଦ ବଢ଼ାଇବା ବ୍ୟତୀତ ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ୍ସ୍, ଆଣ୍ଟି-ବ୍ୟାକ୍ଟେରିୟଲ୍, ଆଣ୍ଟି-ଭାଇରାଲ୍ ଉପାଦାନ ହେତୁ ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣାଧିନ କରିଥାଏ । ଯଦି ଆମେ ନିୟମିତ ସୋରିଷ ତେଲରେ ହଳଦୀ ମିଶାଇ ଖାଇବା ତାହା ଆମ ପାଇଁ ଘରୋଇ ବୈଦ୍ୟ ଭଳି କାମ ଦେବ । ତାହୋଲେ ଆସନ୍ତୁ ଜାଣିବା ସୋରିଷ ତେଲ ଓ ହଳଦୀର କେତେକ ଉପାଦେୟ ଗୁଣାବଳୀ...
- ସୋରିଷ ତେଲରେ ହଳଦୀ ମିଶାଇ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଫଳରେ ଭୋକ ବଢ଼ିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ।
- ସୋରିଷ ତେଲରେ ହଳଦୀ ମିଶାଇ ଖାଇଲେ ଶରୀରରୁ କୋଲେଷ୍ଟର୍ର ମାତ୍ରା କମ୍ ହୋଇଥାଏ । ଏହାଦ୍ୱାରା ରକ୍ତ ସଞ୍ଚାଳନରେ ସୁଧାର ଆସିବା ସହ ହୃତ୍ପିଣ୍ଡ ଦୁର୍ବଳ ହୁଏନାହିଁ ।
- ଏହାକୁ ପିଇବା ଦ୍ୱାରା ବ୍ୟକ୍ତି କ୍ୟାନସର ସମସ୍ୟାକୁ ଏଡ଼ାଇ ଦେଇପାରେ । କାରଣ ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ୍ସ୍ କ୍ୟାନସର କୋଷକୁ ନଷ୍ଟ କରିବାରେ ସହାୟକ ।
- ଏହାଦ୍ୱାରା କଫ ସମସ୍ୟା ମଧ୍ୟ ଦୂର ହୁଏ । ନିଃଶ୍ୱାସ-ପ୍ରଶ୍ୱାସ ସହଜ ହେବାସହ ଶ୍ୱାସ ନିୟନ୍ତ୍ରଣରେ ରହେ ।
- ମାଂସପେଶୀ ଜନିତ ଯନ୍ତ୍ରଣା ଦୂର ହୋଇପାରେ । ସୋରିଷ ତେଲରେ ହଳଦୀ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଯାହାଦ୍ୱାରା ଥଣ୍ଡା, ଜ୍ୱର ବା ଭୂତାଣୁ ଜନିତ ରୋଗ ଠାରୁ ମୁକ୍ତି ମିଳେ ।