ଭରତପୁର ମାମଲା: କମିଶନଙ୍କ ଦ୍ୱିତୀୟ ବୈଠକ

ଭରତପୁର ମାମଲା: କମିଶନଙ୍କ ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଦ୍ୱିତୀୟ ବୈଠକ ଶୁକ୍ରବାର ବସିଛି । ବୈଠକରେ ଗୃହ ସଚିବ, ସ୍ୱତନ୍ତ୍ର ସଚିବ ଓ କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ରହିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ । ଭରତପୁର ଥାନା ହାଇଡ୍ରାମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଭରତପୁରର ନିଲମ୍ବିତ ଥାନା ଅଧିକାରୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ କୋର୍ଟରେ ହାଜର ପରେ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ରାଜି ହୋଇଥିଲା । ଶେଷରେ କ୍ରାଇମବ୍ରାଞ୍ଚ ଟିମ୍‌ ଏବଂ ଭରତପୁର ଥାନାର ପୂର୍ବତନ ଅଧିକାରୀ ଦିନକୃଷ୍ଣ ମିଶ୍ର ଅକ୍ଟୋବର ୧୬ ତାରିଖରେ ଗୁଜରାଟ ଯାଇଥିଲେ । ଗୁଜୁରାଟର ଫରେନ୍‌ସିକ୍‌ ଲ୍ୟାବ୍‌ରେ  ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର  ପଲିଗ୍ରାଫ ଟେଷ୍ଟ  ହୋଇଥିଲା । ତେବେ ଏହି ମାମଲାରେ ପୂର୍ବରୁ ୪ ଜଣ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ତେବେ ଶୁକ୍ରବାର ଏହି ମାମଲାର ଆଜି ପର୍ୟ୍ୟନ୍ତ ହୋଇଥିବା ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ ।