ଭୁବନେଶ୍ୱର ପାଇଁ ବଡ଼ ଖବର : ଏହିସବୁ ଯାଗାରେ ଯିବା ମନା
bhubaneswar
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ସର୍ବ ଭାରତୀୟ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜିତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗଦେବେ ।
ଏନେଇ ଏକ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ଶୁକ୍ରବାର ଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଏୟାରପୋର୍ଟ ଛକରୁ ପିଏମଜି ଭାୟା ହସ୍ପିଟାଲ ଛକ ଓ ଏଜି ଛକ ମଧ୍ୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସେହିପରି ଅପରାହ୍ନ ୪ଟାରୁ ୫ଟା ୨୫ ମିନିଟ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ରାଜଭବନ ଛକକୁ ସମ୍ପୂର୍ଣ୍ଣ ସିଲ କରାଯିବା ସହ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ସନ୍ଧ୍ୟା ୬ଟାରୁ ୬ଟା ୪୫ ମିନିଟ ପର୍ଯ୍ୟନ୍ତ ପାୱାର ହାଉସରୁ ରାଜଭବନ ଓ ଏଜି ଛକରେ ଯାନବାହାନ ଚଳାଚଳ ଉପରେ ରୋକ ଲାଗିଛି । ସନ୍ଧ୍ୟା ୭ଟା ୩୦ରୁ ରାତି ୮ଟା ୨୦ ମିନିଟ ପର୍ଯ୍ୟନ୍ତ ଏଜି ଛକରୁ ଜୟଦେବ ବିହାର ନାଲକୋ ଛକ ପର୍ଯ୍ୟନ୍ତ କୌଣସି ଗାଡ଼ି ଯାତାୟତ କରିପାରିବ ନାହିଁ । ରାତି ୮ଟା ୨୫ରୁ ୮ଟା ୫୦ ମିନିଟ ପର୍ଯ୍ୟନ୍ତ ରାଜଭବନ ଛକରୁ ରାମମନ୍ଦିର ଛକ ମଧ୍ୟରେ କୌଣସି ଗାଡ଼ି ଚଳାଚଳ ହୋଇପାରିବ ନାହିଁ ବୋଲି ଟ୍ରାଫିକ ଆଡଭାଇଜରିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ସେହିପରି ୩୦ ତାରିଖ ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ ମଧ୍ୟରେ ଏଜି ଛକରୁ ନାଲକୋ ଛକ ପର୍ଯ୍ୟନ୍ତ କୌଣସି ଗାଡ଼ି ଯାତାୟତ କରିପାରିବ ନାହିଁ । ସକାଳ ୮ଟା ୧୦ରୁ ୮ଟା ୩୦ ମିନିଟ ମଧ୍ୟରେ ପାୱାର ହାଉସ ଛକ, ରାଜଭବନ ଛକ ଦେଇ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି । ଏହିକ୍ରମରେ ସନ୍ଧ୍ୟା ୭ଟା ୩୦ରୁ ରାତି ୮ଟା ୧୫ ମିନିଟ ମଧ୍ୟରେ ଏଜି ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର ଛକରେ ଗାଡ଼ି ଚଳାଚଳ କରିପାରିବ ନାହିଁ । ରାତି ୭ଟା ୫୫ରୁ ୮ଟା ୨୦ ମିନିଟ ମଧ୍ୟରେ ପାୱାର ହାଉସ ଛକରୁ ଏଜି ଛକ ଓ ରାଜଭବନକୁ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି ।
ସମ୍ମିଳନୀର ଶେଷ ଦିନ ଅର୍ଥାତ ୧ ଡିସେମ୍ବର ରବିବାର ଦିନ ସକାଳ ୬ଟାରୁ ୮ଟା ୨୦ ମିନିଟ ପର୍ଯ୍ୟନ୍ତ ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ଛକ ଓ ୧୨୦ ବାଟାଲିୟନ ଛକରେ ଗାଡ଼ି ଚଳାଚଳକୁ ମନା କରାଯାଇଛି । ସେହିପରି ଅପରାହ୍ନ ୫ଟା ୧୫ରୁ ୫ଟା ୪୦ ମିନିଟ ମଧ୍ୟରେ ଏଜି ଛକରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରାସ୍ତାକୁ ବନ୍ଦ କରାଯାଇଥିବା ଟ୍ରାଫିକ ପୁଲିସ ପକ୍ଷରୁ ଜାରି ଆଡଭାଇଜରିରେ ଉଲ୍ଲେଖ କରାଯାଇଛି ।