ଚର୍ଚ୍ଚାରେ ପ୍ରଭାତୀଙ୍କ ପୋଷ୍ଟ: ସ୍ୱୟଂ ସହାୟକ ଗୋଷ୍ଠୀର ପୂର୍ନଗଠନ ହେବ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚା ବଢାଇଲା । ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ପ୍ରଭାତୀ ପରିଡ଼ା କ’ଣ କହିବାକୁ ଚାହିଁଛନ୍ତି ? ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।
ଯେଉଁଥିରେ ପ୍ରଭାତୀ ଲେଖିଛନ୍ତି, ଏକ ସଂଗଠନ ଅନେକ ସମୟରେ ଜଣେ ବ୍ୟକ୍ତିଙ୍କ ନେତୃତ୍ୱକୁ ନେଇ ଆଗକୁ ବଢିଥାଏ । କିନ୍ତୁ ସେହି ବ୍ୟକ୍ତି ଯେ, ସଂଗଠନକୁ ଚିରକାଳ ଆଗକୁ ନେବାର କ୍ଷମତା ରଖନ୍ତି ତାହା ନୁହେଁ । ବ୍ୟକ୍ତି ଅବସର ନିୟନ୍ତି, ଅପସରି ଯାଆନ୍ତି, ଅବସନ୍ନ ହୁଅନ୍ତି, ନେତୃତ୍ୱ ବଦଳେ, ନୂଆ ନେତୃତ୍ୱର ଜନ୍ମ ହୁଏ ଓ ସଂଗଠନ ପୁଣି ଆଗକୁ ବଢେ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏହା ଏକ ନିରନ୍ତର ଧାରା । ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ଭଉଣୀ ମାନଙ୍କୁ ଏହି ଧାରାରେ ସାମିଲ ହେବାକୁ ପଡିବ । ଏହିଥିରେ ହିଁ ତାଙ୍କ ବିକାଶ । ଯାହା ଆଜି ଦେଖିପାରୁନାହାନ୍ତି ତାହା ଆସୁ ଥିବା କାଲିର ସତ୍ୟ । କିଛି ଦିନ ତଳେ ପ୍ରଭାତୀ ପରିଡ଼ା କହିଥିଲେ ଏଏସ୍ଜିର ପୁର୍ନଗଠନ ହେବ । ନୂଆ ସଭାପତି, ସମ୍ପାଦକ ନିଯୁକ୍ତ କରାଯିବ ବୋଲି କହିଥିଲେ । ସୋସିଆଲ ମିଡିଆରେ ପ୍ରଭାତୀଙ୍କ ଏହି ପୋଷ୍ଟ ପୋଷ୍ଟ ଚର୍ଚ୍ଚା ବଢାଇଛି ।