ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତି ଜିଲ୍ଲାରେ କର ମୁକ୍ତାକାଶ ଜେଲ୍
Highcourt
।। ପ୍ରଭାନ୍ୟୁଜ ।। କଟକ : ଜେଲ ସଂସ୍କାର ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କରିବା ପାଇଁ ଗୁରୁବାର ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି । ରାଜ୍ୟର ସମସ୍ତ କଏଦୀଙ୍କ ଏଆଇ ସଂଯୋଗୀକୃତ ୱେବ ବେସଡ଼ ଡାଟା ତିଆରି କରିବା ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏନେଇ ସତ୍ୟ ପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଲ ବିଭାଗ ଓ ଏନଆଇସି ମଧ୍ୟରେ ଏନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି ସରକାର କୋର୍ଟକୁ ଜଣାଇଛନ୍ତି । ଅନ୍ୟ ରାଜ୍ୟରେ ଥିବା ମୁକ୍ତାକାଶ ଜେଲ ସଂପର୍କରେ ଅନୁଧ୍ୟାନ କରି ଓଡ଼ିଶାରେ ତାହା କିପରି ଲାଗୁ କରାଯାଇପାରିବ ସେ ନେଇ ଜେଲ ଡିଜିଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି ।