ସୀମାନ୍ତରେ ସୁରକ୍ଷାବାହିନୀଙ୍କୁୁ ପୁଣି ସଫଳତା ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ, ଜଣେ ନିହତ

ସୀମାନ୍ତରେ ସୁରକ୍ଷାବାହିନୀଙ୍କୁୁ ପୁଣି ସଫଳତା ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ, ଜଣେ ନିହତ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଲିସ୍କୁ ଶୁକ୍ରବାର ଏକ ବଡ ସଫଳତା ମିଳିଛି  । ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡର ବସ୍ତରରେ ନକ୍ସଲମାନଙ୍କ ବିରୋଧରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି । ଗୋଟିଏ ପଟେ ସୁକମା ଜିଲ୍ଲାରେ ୮ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ଦୁଇ ନକ୍ସଲ ଏସ୍ପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଅନ୍ୟପକ୍ଷରେ ଦାନ୍ତେୱାଡାରେ ସୁରକ୍ଷା ବାହିନୀଙ୍କ ଦ୍ୱ୍ାରା ତଲାସି ଅଭିଯାନ ସମୟରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମାରେ ପୁଲିସ୍ ନିକଟରେ ଶୁକ୍ରବାର ଦୁଇ ନକ୍ସଲ ଆତ୍ମସମର୍ପଣ କରିଥିଲେ । ଦୁଇ ନକ୍ସଲଙ୍କ ମଧ୍ୟରୁ ଜଣେ ହେଉଛନ୍ତିି କିସ୍ତରାମ ମାଓ କ୍ଷେତ୍ର କମିଟିର ପୂର୍ବତନ ସଚିବ ପ୍ରକାଶ ଓ ଅନ୍ୟ ଜଣେ ମହିଳା ମାଓବାଦୀ ରୀତା । ଆତ୍ମସମର୍ପଣ କରିଥିବା ନକ୍ସଲାଇଟ୍ ପ୍ରକାଶ ଖୁବ୍ କମ୍ ବୟସରେ ନକ୍ସଲ ସଂଗଠନରେ ଡିଭିସିଏମ ପଦରେ ପହଞ୍ଚିଥିଲେ । ତାଙ୍କ ନାମରେ ୮ଲକ୍ଷର ପୁରସ୍କାର ଘୋଷଣା ହୋଇଥିବାବେଳେ ସେ ବହୁ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲେ । କିନ୍ତୁ ଏହି ଅଞ୍ଚଳର ମାଓବାଦୀଙ୍କ ନୀତି ଅ ।ଦର୍ଶ ହରାଉଥିବା ସହ ସୁରକ୍ଷା ବାହିନୀ ଦ୍ୱାରା ·ଲିଥିବା ଅପରେସନରେ ସେ ମାଓବାଦୀ ଚନ୍ତାଧାରା ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ  । ଯାହାପରେ ସେ ସାଧାରଣ ଜୀବନଜାପନ କରିବା ଆଶାରେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ପ୍ରକାଶଙ୍କ ସହ ମହିଳା ନକ୍ସଲ ରୀତା ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ରୀତାଙ୍କ ସ୍ୱାମୀ ନକ୍ସଲ କମାଣ୍ଡର ନାଗେଶ ହୋଇଥିବା ବେଳେ ସେ ମଧ୍ୟ ବିଗତ କିଛି ଦିନ ପୂର୍ବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ରୀତାଙ୍କ ଉପରେ ମଧ୍ୟ ଆଠ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ନକ୍ସଲମାନେ କ୍ରମାଗତ ଭାବରେ ମାଓବାଦୀ ଚନ୍ତାଧାରା ଛାଡି ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେଉଥିବା ବେଳେ ଛତିଶଗଡ ଅଞ୍ଚଳରେ ମାଓଗଡ ଭୁଶିଡିବାରେ ଲାଗିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି । ସେହିପରି ଦନ୍ତେୱାଡା ଓ ବିଜାପୁର ସୀମାରେ ଥିବା ଜଙ୍ଗଲରେ ନକ୍ସଲ ଦମନ ନିମନ୍ତେ ଡିଆଇଜି, ବସ୍ତର ଫାଇଟର୍ସ ଓ ସିଆରପିଏଫର ଯବାନଙ୍କ ଦ୍ୱାରା ମିଳିତ ରୂପେ ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ ଲୁଚି ଥିବା ନକ୍ସଲ ସେମାନଙ୍କ ଉପରକୁ ଗୁଳି ·ଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଦୀର୍ଘ ସାମୀ ଧରି ଗୁଳି ବିନିମୟ ପରେ ନକ୍ସଲମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ । ଏହାପରେ ଯବାନମାନେ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ଜଣେ ନକ୍ସଲଙ୍କ ମୃତଦେହ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ନକ୍ସଲାଇଟ୍ ସାମଗ୍ରୀ ଉଦ୍ଧାର କରିଥିବା ନେଇ ଦନ୍ତେୱାଡା ଏସ୍ପି ଗୌରଭ ରାୟ ସୂଚନା ଦେଇଛନ୍ତି ।