ସାବଧାନ ! ଏମିତି ହେଲେ ଡାକ୍ତରଙ୍କୁ ଦେଖାନ୍ତୁ

heart blockage

ସାବଧାନ ! ଏମିତି ହେଲେ ଡାକ୍ତରଙ୍କୁ ଦେଖାନ୍ତୁ

ହାର୍ଟ ବ୍ଲକେଜ୍‌ ଏକ ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟା, ଯାହା ହୃତପିଣ୍ଡର ଧମନୀ ଅବରୋଧର ମୁଖ୍ୟ କାରଣ ।  ଆସନ୍ତୁ ଜାଣିବା ହାର୍ଟ ବ୍ଲକେଜର ଲକ୍ଷଣ କ'ଣ ସବୁ ରହିଛି ।

ପାଦରେ ଯନ୍ତ୍ରଣା ଅନୁଭବ : ହାର୍ଟ ବ୍ଲକେଜ କାରଣରୁ ପାଦରେ ଯନ୍ତ୍ରଣା ହେବା ଏକ ସାମାନ୍ୟ ଲକ୍ଷଣ । ଏହି ଯନ୍ତ୍ରଣା ଅଧିକ ହେବା ଦ୍ୱାରା ଚଲାବୁଲା କରିବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଯନ୍ତ୍ରଣା ସହିତ ପାଦ ଫୁଲିବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଇତ୍ୟାଦି ମଧ୍ୟ ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣ ଏପରି କିଛି ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ କରନ୍ତୁ ।

ତଳି ପାଦ ଯନ୍ତ୍ରଣା : ତଳି ପାଦ ଶୁଷ୍କ ଓ ଝିମ ଝିମ୍‌ ହେବା ସହିତ ଯନ୍ତ୍ରଣା ହୁଏ କିମ୍ବା ଥଣ୍ଡା ଅନୁଭବ ହୁଏ । ଚାଲିବା ସମୟରେ ପାଦ ଅଧିକ କଷ୍ଟ ଲାଗେ ଏବଂ ଥକ୍କା ଓ ଦୁର୍ବଳ ଲାଗିଥାଏ ।

ଥଣ୍ଡା ଲାଗେ : ପାଦରେ ରକ୍ତର ପ୍ରବାହ ଠିକ୍‌ ଭାବରେ ନହେଲେ ପାଦ ଥଣ୍ଡା ଲାଗିଥାଏ । ରକ୍ତ ଅବରୋଧ କାରଣରୁ ସାରା ଶରୀରରେ ରକ୍ତ ପ୍ରବାହ ହ୍ରାସ ଘଟେ ଫଳରେ ଥଣ୍ଡା ଅନୁଭୂତ ହୋଇଥାଏ ।

ତ୍ୱଚା ରଙ୍ଗରେ ପରିବର୍ତ୍ତନ: ହାର୍ଟ ବ୍ଲକେଜ କାରଣରୁ ତ୍ୱଚାର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଯଦି ଆପଣଙ୍କ ପାଦ ନୀଳ କିମ୍ବା ହଦଳୀ ଦେଖାଯାଉଛି ତେବେ ଏହା ରକ୍ତ ଠିକ୍‌ ଭାବରେ ସଞ୍ଚାଳନ ନ କରିବାର ମୁଖ୍ୟ କାରଣ । ଏହି ପରିବର୍ତ୍ତନ ହାର୍ଟରେ ଗମ୍ଭୀର ସମସ୍ୟାର ସଙ୍କେତ ଅଟେ ଓ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଅଧିକ ଥକ୍କା ଓ ଦୁର୍ବଳ ବଢ଼ିଥାଏ । ଏହି ସ୍ଥିତିରେ ଆପଣଙ୍କ ଦୈନିକ ଗତିବିଧିରେ ବାଧା ଉତ୍ପନ୍ନ ହେଇଥାଏ ।

ଡାକ୍ତରଙ୍କ ପରାମର୍ଶ : ଉପର ଲିଖିତ କୌଣସି ମଧ୍ୟ ଲକ୍ଷଣ ଯଦି ଆପଣ ପାଦରେ ଦେଖୁଛନ୍ତି କି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଅଭିଜ୍ଞ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଲକ୍ଷଣକୁ ଅଣଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟର ସ୍ଥିତି ଖରାପ ହୋଇଯାଏ । ସଠିକ୍‌ ସମୟରେ ଚିକିତ୍ସା କରିବା ଓ ପରାମର୍ଶ ନେବା ଦ୍ୱାରା ହାର୍ଟ ବ୍ଲକେଜ ଓ ଏଥିସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇହେବ ।