ଦୁଇ ଚିତ୍ରଗୁରୁ ସମ୍ମାନିତ
କେନ୍ଦ୍ରାପଡା : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିବା ‘ମୋ ସ୍ୱପ୍ନର ଓଡ଼ିଶା ୨୦୩୬’ ଚିତ୍ରକଳା ପ୍ରତିଯୋଗୀତା ପୁରସ୍କାର ବିତରଣ ଉସôବ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଶ୍ରେଷ୍ଠ ୭ ଜଣ, ବରିଷ୍ଠ ୪୯ ଜଣ କନିଷ୍ଠ ବିଭାଗରେ ରାଜ୍ୟର ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶି ସୂରଜ, ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ର ଶେଖର ହୋତା, ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ମିରପାଟଣା ସ୍ଥିତ କ୍ରିଷ୍ଣା ଏକାଡେମୀ ଅଫ ଆର୍ଟ ଆଣ୍ଡ କଲ୍ଚର ପ୍ରତିଷ୍ଠାତା ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ଅଧିକାରୀ ଚିତ୍ରଗୁରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନାରୀ ଚିତ୍ରଶିଳ୍ପୀ ଶତାବ୍ଦୀ ରାଉତରାୟଙ୍କୁ ବରିଷ୍ଠ ବିଭାଗରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ, ସୌମ୍ୟରଞ୍ଜନ ମହାରଣା, ଜୀତ ପ୍ରସାଦ ରାଉତ ଓ ବିଦ୍ୟାଶ୍ରି ବିଶ୍ୱରୂପା ସାହୁ କନିଷ୍ଠ ବିଭାଗରେ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡ଼ା ପାଇଁ ଗୌରବ ଆଣିଛନ୍ତି ।