ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ : ଭସାଣିରେ ପ୍ରତି ମେଢ ପାଇଁ ଗୋଟିଏ ବୋଟ 

 ରାଜନଗର : ରାଜନଗର ବ୍ଲକ ଶାରଦୀୟ ଦୁର୍ଗପୂଜାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପନ କରିବାକୁ ଶାନ୍ତି କମିଟି ବୈଠକ ପଚାଂୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଛି । କମିଟି ସଭାପତି ଯୀଶୁକ୍ରିଷ୍ଣ ଦାସଙ୍କ ପୋ÷ରହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ଅନିରୁଦ୍ଧ ବେହେରା, ଏଏସ୍ଆଇ ସଂଜିତ ନାୟକ ଯୋଗଦେଇ ଆଗାମୀ ଶାରଦୀୟ ଦୁର୍ଗ ପୂଜାକୁ ପାଳନ କରିବାକୁ ଅଲୋଚନା କରିଥିଲେ । ବୈଠକରେ ୨୮ଟି ମେଢ କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇ ଅଲୋଚନା କରିଥିଲେ । ପୂଜା ସମୟରେ ରାଜନଗର ବଜାର ମଧ୍ୟକୁ ଚାରିଚକିଆ, ତିନିଚକିଆ ଯାନ ଓ ବାଇକ୍ ପ୍ରବେଶକୁ ବାରଣ କରାଯାଇଛି  ଏହି ସମୟରେ ରାସ୍ତା କଡରେ ମାଂସ କଟା ବନ୍ଦ ରହିବା ସହିତ ମାଛ, ଶୁଖୁଆ ବିକି୍ର ବନ୍ଦ ରହିବ । ଉଠା ପନିପରିବା ଦୋକାନୀ ରାସ୍ତା କଡରେ ବସି ବେପାର କରିପାରିବେ ନାହିଁ । ପୂଜା ମଣ୍ଡପରେ ଡିଜେ ଓ ଅଶ୍ଳୀଳ ସଙ୍ଗୀତ ବାଜିବାକୁ ବାରଣ କରାଯାଇଛି । ମା ଦୂର୍ଗାଙ୍କ ସହିତ ବନଦୂର୍ଗା, ଗଙ୍ଗାମାତା ଓ ସାନବଡ ଗୋାପାଳପୁରର ମା' ଶାରଳାଙ୍କର ଭଷାଣୀ କରାଯିବ । ସେହିଦିନ ହରଗୌରୀ ଓ ଅନନ୍ତ ଶୟନ ମେଢର ମଧ୍ୟ ଭଷାଣୀ କରାଯିବ । ଅନ୍ୟ କମିଟିର ମେଢଗୁଡିକ ନିର୍ଦ୍ଧିଷ୍ଟ ଦିନରେ ଭଷାଣୀ କରିବେ କିନ୍ତୁ ଡିଜେ ବାଜି ପାରିବନାହିଁ ବୋଲି ଶାନ୍ତି କମିଟି ବୈ÷ଠକରେ ନିଷ୍ପତି ନିଆଯାଇଛି । ଅଗ୍ନିଶନ ବାହିନୀ ଅଧିକାରୀ ରୋହିତ ନାୟକ, ବିଦୁ୍ୟତ ବିଭାଗ କନିଷ୍ଠ ଯନ୍ତ୍ରୀ ନିରଂଜନ ବରାଳଙ୍କ ସହ ଥାନପତି ମା ଦୂର୍ଗା କମିଟିର ସମ୍ପାଦକ ପ୍ରଭାତ ମିଶ୍ର, ବଣିକ ସଂଘ ସଭାପତି ବାଇଧର ସେଠୀ , ଅନିରୁଦ୍ଧ ପରିଡା, ସରଂପଚ ଚିତରଂଜନ ପଣ୍ଡା ଓ ଗୋଲେଖ ସ୍ୱାଇଁ, ହରେକୃଷ୍ଣ ବାରିକ, ସର୍ବେଶ୍ୱର ମହାନ୍ତି, ହରେକୃଷ୍ଣ ଲେଙ୍କା, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।