କୋଣ ଠେସା ଶ୍ରୀକାନ୍ତ ଛାଡ଼ିଲେ ବିଜେଡି

କୋଣ ଠେସା ଶ୍ରୀକାନ୍ତ ଛାଡ଼ିଲେ ବିଜେଡି

 ଯାଜପୁର: ଦଳରେ ଆମେ ଅଲୋଡ଼ା ଅଖୋଜା ହୋଇପଡ଼ିଛୁ । ମୋତେ ଓ ମୋର ସହଯୋଗୀ ମାନଙ୍କୁ ଗୁରୁତ୍ୱହିନ କରାଯାଇଛି । ବିଜୁ ଜନତା ଦଳର ନିୟମ ଓ ଆଦର୍ଶକୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅଣଦେଖା କରାଯାଇଛି । ଏଣୁ ମୁଁ ବିଜେଡ଼ିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଉଛି । ମାନ୍ୟବର ସଭାପତି ବିଜୁ ଜନତା ଦଳଙ୍କ ଉଦ୍ୟେଶରେ ଏଭଳି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ । ଶ୍ରୀ ସାହୁ ଲେଖିଛନ୍ତି କି ମୁଁ ବିଜେଡ଼ିର ଜଣେ ସକ୍ରିୟ ଓ ଶୃଙ୍ଖଳିତ କର୍ମର୍ୀ ଭାବେ ନିର ଦାୟିତ୍ୱ ନିର୍ବାହ କରି ଆସିଛି । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଅନୁଷ୍ଠିତ ନିର୍ବାଚନ ଓ ଉପନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ପ୍ରଚାର ପ୍ରସାର କରିବା ସହ ଦଳର ଶକ୍ତି ବୃଦ୍ଧି କରିବାରେ ପ୍ରୟାସ ଜାରୀ ରଖିଥିଲି । କିନ୍ତୁ ବର୍ତ୍ତମାନ ନିର୍ବାଚନ ସମୟରେ ମୁଁ ଏବଂ ମୋର ସହଯୋଗୀଙ୍କୁ କୋଣ ଠେସା କରିଦିଆଯାଇଛ । ଏଭଳି କିଛି ଅଭିଯୋଗ ଆଣି ଶ୍ରୀକାନ୍ତ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ମଧ୍ୟ ଇସ୍ତଫା ଦେଇଥିବା ଶ୍ରୀକାନ୍ତ ଘୋଷଣା କରିଥିଲେ । ଆଗକୁ କେଉଁ ଦଳକୁ ଯିବି ତାହା ଜଣାଇଦେବି ବୋଲି କହିଥିଲେ ।