କ୍ୟାନ୍ସର ପୀଡିତାଙ୍କୁ ଅଂଶୁମାନ ଟ୍ରଷ୍ଟର ସହାୟତା
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଂଚାୟତ ବଳରାମପୁରଗଡ଼ ୧୦ ନମ୍ବର ୱାର୍ଡର ସଦାଶିବ ମହାନ୍ତିଙ୍କ ପନôୀ ଦୀପ୍ତିବାଳା ୭ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡିତ । ସଦାଶିବ ଜଣେ ଗରିବ, ଅସହାୟ, ଦିନମଜୁରିଆ ଶ୍ରେଣୀର । ପରିବାର କହିଲେ ପାଞ୍ଚ ପ୍ରାଣୀକୁଟୁମ୍ବ । ଛିଣ୍ଡା ଚାଳ ଘରେ ଜୀବନ ଅତିବାହିତ କରୁଛନ୍ତି । ଘରଟି ବିପଦ ସଂକୁଳ ଅବସ୍ଥାରେ ରହିଛି । ସରକାରୀ ସହାୟତାକୁ ଅପେକ୍ଷା କରିଥିଲେ ମଧ୍ୟ ସରକାରୀ ସାହାଯ୍ୟ ମିଳିପାରିନାହିଁ । ହେଲେ ମେଡିକାଲ ଯିବା ଆସିବା ପାଇଁ ପାଖରେ ଅର୍ଥର ଅଭାବ ରହିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିଦେ୍ର୍ଦଶ କ୍ରମେ ସଦସ୍ୟ ସଦାଶିବଙ୍କ ବାସଭବନରେ ପହଁଚି ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି । ରାଜା ପାଲ, ଗିରିଗାରିମା ମହାନ୍ତି, ହେମନ୍ତ ଆଚାର୍ଯ୍ୟ, ନେତ୍ରାନନ୍ଦ ପାତ୍ର, ଜିତେନ୍ଦ୍ର ଧୀର ପ୍ରମ୍ମୁଖ ସଦସ୍ୟ ଉପସ୍ଥିତ ରହି ଆର୍ଥôକ ସହାୟତା ପ୍ରଦାନ କରିଥିଲେ ।