‘ସତ୍ୟ ଖବର ହିଁ ସମାଜକୁ ଦିଗ୍ଦର୍ଶନ ଦେଇଥାଏ’

 ବିଞ୍ଝାରପୁର : ସତ୍ୟ ଖବର ହିଁ ସମାଜକୁ ଦିଗଦର୍ଶନ ଦେଇଥାଏ । ମିଛ ଖବର ସାମୟୀକ ପାଇଁ କାହାକୁ ଆତ୍ମତ୍ରୁପ୍ତି କରିପାରେ କିନ୍ତୁ ସତ୍ୟ ଖବର ପାଠକଙ୍କ ମନକୁ ଜିତି ନେଇଥାଏ । ସାମ୍ବାଦିକ ମାନେ ସତ୍ୟ ଖବର ପ୍ରକାଶ କରିବା ସହ ନିରପେକ୍ଷ ହେବାର ଆବଶ୍ୟକତା ରହିଛି । ସାମ୍ବାଦିକମାନେ ନିଜକୁ ଚତୁର୍ଥ ସ୍ତମ୍ଭ ନ ଭାବି ତୃତୀୟ ନୟନ ହୋଇପାରିଲେ ସମାଜରେ ବିରାଟ ପରିବର୍ତନ ଘଟିପାରିବ । ରବିବାର ବିଞ୍ଝାରପୁର ପ୍ରେସ ଫୋରମ ଉଦ୍ଘାଟନ ଉସôବରେ ଯୋଗ ଦେଇଥିବା ମାନ୍ୟଗନ୍ୟ ଅତିଥି ଉପରୋକ୍ତ ମତବ୍ୟକ୍ତ କରିଥିଲେ । ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପଠାରେ ସଭାପତି ରାଣାପ୍ରତାପ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ସହ ମୁଖ୍ୟବକ୍ତା ଭାବେସମ୍ବାଦ ଗ୍ରୁପର ମୁଖ୍ୟ ସୈାମ୍ୟରଂଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ଅମୀୟ ପାଣ୍ଡ୍ୱ, ଏସୟୁଜେ ରାଜ୍ୟ ସଭାପତି ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ଫୋକସ ପ୍ଲସର ସମ୍ପାଦକ ତଥା ଆଉରା ସଂଘର ସଭାପତି ଡ଼ଃ ସୁଧାଂଶୁ ଶେଖର ରାଉତ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ ପ୍ରମୂଖ ଯୋଗ ଦେଇଥିଲେ । ପ୍ରେସ ଫୋରମର ସମ୍ପାଦକ ଶୁଭକାନ୍ତ ଦାସ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାସହ ସାମ୍ବାଦିକ ଓ କାର୍ଯ୍ୟ ନିବୃତ ସାମ୍ବାଦିକ ମାନଙ୍କ ପାଇଁ ସରକାର ମାସକୁ ୨୫ ହଜାର ଟଙ୍କା ଲେଖା ଭତା, ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସୁବିଧା ପାଉଥିବା ସାମ୍ବାଦିକଙ୍କୁ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକର ମାନ୍ୟତା, ଭୁବନେଶ୍ୱରଠାରେ ୨ଶହ ଶଯ୍ୟା ବିଶିଷ୍ଟ ସାମ୍ବାଦିକ ଅତିଥିଭବନ ନିର୍ମାଣ ଏବଂ ପ୍ରତି ଜିଲା ସଦର ମହକୁମାରେ ସାମ୍ବାଦିକ ଭବନ ନିର୍ମାଣ କରିବାକୁ ବିଧାୟିକାଙ୍କ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରିଥିଲେ ।  ସାମ୍ବାଦିକ ଦେବୀଦତ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ବାଦିକ ସମରେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କଳା କ୍ଷେତ୍ରରେ ତପସ୍ୱିନୀ ମଲିକ,  ଶିକ୍ଷାବିତ୍ ଉମାକାନ୍ତ ସାମଲ, ସମାଜସେବୀ ସୁରେନ୍ଦ୍ର କୁମାର ମହାଳିକ, ଭରତ ବାଈ, ପରିବେଶବିତ୍ ଉମେଶ ଚନ୍ଦ୍ର ନାୟକ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୈଳାସ ଚନ୍ଦ୍ର ଜେନା, ସାମ୍ବାଦିକତା କ୍ଷେତ୍ରରେ ଦେବେନ୍ଦ୍ର ସାମଲ, ସମ୍ବାଦ ପତ୍ର ବିତରକ ଭାବେ କାଶୀନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସୟୁଜେ ସଂଘର ଜିଲା ସଭାପତି ସୁବାସ ଚନ୍ଦ୍ର ଧଳ, ସମ୍ପାଦକ ଅବନେଶ୍ୱର ଶତପଥୀ, ସାମ୍ବାଦିକ ସଂଜୀବ କୁମାର ନାୟକ, ଯାଜପୁର ଜିଲା ପ୍ରେସ କ୍ଳବର ସଭାପତି ଅଜୟ କୁମାର ରାଉଳ, କୋରେଇ ପ୍ରେସ କ୍ଳବର ବିରଞ୍ଚି ନାରାୟଣ ଖୁଂଟିଆ, ସାମ୍ବାଦିକ ସଇଫୁର ରହେମାନ, ସୁବାଶିଷ ପଣ୍ଡା, ସୀତାକାନ୍ତ ସାମଲ, ବିଜେଡି ନେତା ପ୍ରଦୀପ ମହାନ୍ତି, କୃଷକ ନେତା ସନାତନ ସାହୁ, ରବୀନ୍ଦ୍ର କୁମାର ଜେନା, ବଳରାମ ବଳ, ପ୍ରତିଭା ଦାସ, ଭାରତୀ କାଣ୍ଡି, ସରପଞ୍ଚ ସ୍ମୃତିସମୀକ୍ଷା ମଲିକ, ସରପଞ୍ଚ  ପାର୍ବତୀ ମଲିକ, ସରପଞ୍ଚ କାର୍ତିକ ଚନ୍ଦ୍ର ଧଳ, ସମିତିସଭ୍ୟ କ୍ଷୀରୋଦ ଚନ୍ଦ୍ର ମଲିକ, ବଦ୍ରୀନାଥ ମଲିକ, ସୁନୀଲ ଦାସ, ସଂଜୟ ମଲିକ, ସମାଜସେବୀ ଶ୍ରୀକାନ୍ତ ପ୍ରଧାନ, ଅରୁଣଜିତ ରାଉତରାୟ, କୈଳାସ ମଲିକ, ସୁବୋଧ ଧଳଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।