ବଡ଼ଚଣା ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କୁ ବିଜୟମନ୍ତ୍ର ଦେଲେ ଜିଲା ପ୍ରଭାରୀ 


 ଯାଜପୁର: ବିଜେପି ଫୋକସରେ ଓଡ଼ିଶା । ରାଜ୍ୟ ଦଖଲ ସହ ଲୋକସଭା ବିଜୟ ଲକ୍ଷରେ ଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜୟମନ୍ତ୍ର ଦେବାକୁ ରାଜ୍ୟ ବାହାର ନେତା-ମନ୍ତ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଏହିକ୍ରମେ ଜିଲା ପ୍ରଭାରୀ ବଡ଼ଚଣାରେ ପହଞ୍ଚି କାର୍ଯ୍ୟକର୍ତ୍ତାଙ୍କୁ ବିଜୟମନ୍ତ୍ର ଦେଇଛନ୍ତି । ବିଜେପି ବଡ଼ଚଣା ପକ୍ଷରୁ ଯୁବ ମୋର୍ଚ୍ଚା ସମ୍ମିଳନୀ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲା ପ୍ରଭାରୀ ମଧ୍ୟ ପ୍ରଦେଶର ବିଧାୟକ ପ୍ରଦୀପ ପଟେଲ ଯୋଗଦେଇ ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବାର ବିଶ୍ୱାସ ଦେଇ ରାଜ୍ୟ ଶାସନ ନବୀନଙ୍କ ହାତରେ ନାହିଁ ତାଙ୍କର ଜଣେ ଗୁମାସ୍ତା ହାତରେ ରହିଥିବା କହି କର୍ମୀଙ୍କୁ ଉସôାହିତ କରିଥିଲେ । ଓଡିଶାରେ ବିଜେପି କ୍ଷମତାକୁ ଆସିଲେ ବିକାଶ ଦ୍ୱିଗୁଣିତ ହେବ । ଉତର ପ୍ରଦେଶର ରାଜ୍ୟ ସଭା ସାଂସଦ ମିଥଲେସ କୁମାର ଖଟରିଆ ଯୋଗଦେଇ ମୋଦି ସରକାରଙ୍କ ଗ୍ୟାରେଣ୍ଟି ଓ ବିକଶିତ ଭାରତର ଏକ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ । ବିଧାୟକ ପ୍ରାର୍ଥୀ ଅମର ନାୟକ ବଡଚଣାରୁ ଅନେକ ଯୋଗ୍ୟ ପୁରୁଷ ବିଧାୟକ ଭାବେ ନିର୍ବାଚିତ ହୋଇ ଯାଇଥିବା ବେଳେ ଏବେ କଣ କେହି ଆଉ ଯୋଗ୍ୟ ବ୍ୟକ୍ତି ମିଳି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ବିଧାନସଭା ପ୍ରଭାରୀ ନିରଞ୍ଜନ ଘଡାଇଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନୀ ପ୍ରଧାନ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ, ମଣ୍ଡଳ ସଭାପତି ବାବାଜୀ ଜେନା, ତାପସ ମହାନ୍ତି, ନରେନ୍ଦ୍ର ସାମଲ, ପଲାସ ନାୟକ ସହ ଶତାଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଯୁବ ମୋର୍ଚ୍ଚା ଜିଲା ଉପ ସଭାପତି ଦୀପକ ସାମଲ ପୈାରୋହିତ କରିଥିଲେ ।