ୟାଜଦାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ : ପ୍ରଦୂଷଣ ପରେ କାରଖାନା ଓ ବାଷ୍ପିତ ବିଭାଗ କଲା କ୍ଲୋଜର ନୋଟିସ୍

ଯାଜପୁର/ଯଖପୁରା : ଆଗ ପ୍ରଦୂଷଣ ନିୟମର ଖୋଲା ଉଲ୍ଲଘନ କାରଣରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିଲା କ୍ଲୋଜର ନୋଟିସ୍ । ଏବେ କାରଖାନାରେ ଶ୍ରମିକ ସୁରକ୍ଷିତ ନଥିବା କାରଣରୁ କାରଖାନା ଓ ବାଷ୍ପିତ ବିଭାଗ ପକ୍ଷରୁ ହୋଇଛି କ୍ଲୋଜର ନୋଟିସ । 
ମାସକ ଭିତରେ କାରଖାନା ସହ ଜଡ଼ିତ ରହୁଥିବା ପ୍ରଦୂଷଣ ଏବଂ କାରଖାନା-ବାଷ୍ପିତ ବିଭାଗରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ୟାଜଦାନୀ ଷ୍ଟିଲକୁ କ୍ଲୋଜର ନୋଟିସ ମିଳିବା ଘଟଣା ସଂପୃକ୍ତ କାରଖାନାର ମନମାନିକୁ ପଦାରେ ପକାଇ ଦେଇଛି । କାରଖାନା ଓ ବାଷ୍ପିତ ବିଭାଗ ପକ୍ଷରୁ ଗୁରୁବାର ୟାଜଦାନୀକୁ କରାଯାଇଥିବା ନୋଟିସରେ ପରବର୍ତି ନିଦେ୍ର୍ଦଶ ନଆସିବା ପର୍ଯ୍ୟନ୍ତ କାରଖାନାକୁ ଚଲାଇପାରିବନି ବୋଲି କୁହାଯାଇଛି । ଦୁଇ ବିଭାଗର କ୍ଲୋଜର ନୋଟିସ ପରେ କାର୍ଯ୍ୟରତ ଶ୍ରମିକ-କର୍ମଚାରୀ ମହଲରେ ଶଙ୍କା ପ୍ରକାଶ ପାଇଛି । ଖବର ଥାଉକି ଗଲା ସୋମବାର କୈାଣସି ସୁରକ୍ଷା ସାମଗ୍ରି ପରିଧାନ ନକରି ୟାଜଦାନୀ ଷ୍ଟିଲ ପାୱାର ପ୍ଲାଟ୍ରେ ଭାଲ୍ ଲାପଟିଂରେ ୨ଜଣ ଲାପର ମେକାନିକ ଏବଂ ୪ ଜଣ ହେଲପର ପ୍ରାୟ ୬୦ ଫୁଟ ଉପରକୁ ଚଢି କାର୍ଯ୍ୟ କରୁଥିଲେ । କାର୍ଯ୍ୟ କରୁଥିବା ସମୟରେ ଲାପର ଭାବେ କାର୍ଯ୍ୟ କରୁଥିବା ଜଗତସିଂହପୁର ଜିଲା ତିର୍ତୋଲ ଥାନା ଅନ୍ତର୍ଗତ କୁଳ ସାମନ୍ତରାପୁର ଗ୍ରାମର ଶୁକଦେବ ବେହେରାଙ୍କ ପୁଅ ବିବେକାନନ୍ଦ (୪୫) ଗଳିପଡ଼ି ମୃତୁ୍ୟ ବରଣ କରିଥିଲେ । ହେଲେ କାରଖାନା କର୍ତୁପକ୍ଷ କେହି ମୃତାହତ ହୋଇନାହାନ୍ତି ବୋଲି ମନା କରିଥିଲେ । ମୃତକ ଶବକୁ କଟକ ବଡ଼ ମେଡ଼ିକାଲରେ ଛାଡ଼ି ଦେଇ ପଳାଇ ଆସୁଥିବା ବେଳେ ଧରାପଡ଼ିଯାଇଥିଲା । ଶବ ଗାଏବ ଉଦ୍ୟମ ଫସର ଫାଟିଯିବା ପରେ କାରଖାନା କତୁର୍ପକ୍ଷ ବାଧ୍ୟ ହୋଇ ମଙ୍ଗଳବାର ମୃତକ ପରିବାରକୁ କ୍ଷତି ପୂରଣ ବାବଦରେ ୧୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଯାଜପୁର ରୋଡ୍ ଠାରେ ଅବସ୍ଥାପିତ କାରଖାନା ଓ ବାଷ୍ପିତ ବିଭଗେ ଉପନିର୍ଦେଶକ ଉମେଶ ଚନ୍ଦ୍ର ସୂତାର ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରିବା ପରେ ବିଭାଗ ପକ୍ଷରୁ କ୍ଲୋଜର ନୋଟିସ କରାଯାଇଛି । କାରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ନଜରଅନ୍ଦାଜ କରାଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଏକ ପ୍ରକାର କୁହାଯାଇଛି । ମାସକ ଭିତରେ ବା ଗଲା ମାସ ଶେଷ ସପ୍ତାହରେ ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଘନ କରିଚାଲିଥିବା ୟାଜଦାନୀ ଷ୍ଟିଲକୁ କ୍ଲୋଜର ନୋଟିସ କରିଥିଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ । ଏହାସହ ବିଭାଗ ପାଖରୁ ୟାଜଦାନୀ ଷ୍ଟିଲ କରିଥିବା ସିଟିଓ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲା । ତେବେ ପ୍ରଶ୍ନ ଉଠୁଛି କ୍ଲୋଜର ନୋଟିସ କ’ଣ ଯଥେଷ୍ଟ କି? ୟାଜଦାନୀ ଗୋଟେ ପଟେ ପ୍ରଦୂଷଣ କରୁଥିବା ଏବଂ ଅନ୍ୟପଟେ ଶ୍ରମିକଙ୍କୁ ମୃତୁ୍ୟମୁଖକୁ ଠେଲି ଦେଉଥିବା ବେଳେ କାହିଁକି ଏହାର ପରିଚାଳକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନି ।