ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର
କବାଟବନ୍ଧ : ରବିବାର ସନ୍ଧ୍ୟାରେ ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଉପରେ ଅଜଣଶାଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜେନାପୁର ଥାନା ଅଧୀନ ତାଳଜଙ୍ଗ ଗ୍ରାମର ମାନଗୋବିନ୍ଦ ରାଉତଙ୍କ ପୁଅ ଆରତ (୩୫) ହୋଇଥିବା ବେଳେ ସେ ଏକ ବାଇକ ଯୋଗେ କୌଣସି କାର୍ଯ୍ୟ ସାରି ବଙ୍ଗଳା ଛକରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଦୁର୍ଘଟଣା ଘଟାଇ ଚାଲିଯାଇଥିଲା । ଗୁରୁତ୍ୱର ଥିବାରୁ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ଧର୍ମଶାଳା ମେଡିକାଲକୁ ପଠାଇଦେଇଥିବା ଜଣାପଡିଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
