ବିଜେଡି ଛାଡ଼ିଲେ ଏହି ପୂର୍ବତନ ସାଂସଦ
ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଦଳ ଡିଆଁ ପର୍ବ ଜୋର ଧରିଛି । ଏହାରି ଭିତରେ ବିଜେଡିର ଜଣେ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂହ । ସେ ନିଜେ ନବୀନ ନିବାସ ଆସି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରଭାସ ସିଂହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ।