କୃଷକଙ୍କ ପାଇଁ ବରଗଡ଼ରେ ଗର୍ଜିଲା ବିଜେଡ଼ି : ‘ବନ୍ଦ ହେଉ ଦଲାଲ ରାଜ୍’

ଭୁବନେଶ୍ୱର: : ବରଗଡ଼ରେ ବିଜେଡ଼ି ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି  । ସମାବେଶରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ହଜାର ହଜାର ଚାଷୀ, ସମସ୍ତ ଆଗ ଧାଡ଼ିର କୃଷକ ଅନୁଷ୍ଠାନ ଓ ବିଜେଡିର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ, ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ଗର୍ଜିଥିଲେ । ଗତ ୧୪ ମାସର ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ରାଜ୍ୟରେ କୃଷକ ସମସ୍ୟା ଉକ୍ରଟ ହୋଇଛି ବୋଲି ଦଳର ବରିଷ୍ଠ ନେତାମାନେ କହିଥିଲେ । ସଭା ଶେଷ ହେବା ପରେ ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ବରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ  । ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ଚାଷୀ ପଞ୍ଜୀକରଣରେ ଥିବା ଜଟିଳ ବ୍ୟବସ୍ଥାକୁ ହଟାଇବାକୁ ଦାବି କରାଯାଇଛି  । ରାଜ୍ୟର କୃଷକ ସମାଜ ଏହି ନୀତି ବିରୋଧରେ ବିଜେଡି ନେତୃତ୍ୱରେ ଏକତ୍ରିତ ହେଉଥିବାରୁ, ରାଜ୍ୟ ସରକାର ଭୟଭୀତ ହୋଇ ଏହି ନିଷ୍ପତ୍ତିକୁ  ତରବରିଆ ଭାବେ ଗତକାଲି ପ୍ରତ୍ୟାହାର କରିଛନ୍ତି । ସେହିପରି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ସୁଫଳ ପାଉନାହାନ୍ତି  । ଚାଷୀଙ୍କୁ ଠକିବା ଓ କମ୍ପାନୀଙ୍କୁ ମୁନାଫା ଦେବା ସରକାରଙ୍କ ମୁଖ୍ୟ ଉଦେ୍ଦଶ୍ୟ ପାଲଟିଛି  । ବୀମା ଅର୍ଥ ପ୍ରଦାନ ନିୟମାବଳୀକୁ ସରଳୀକରଣ କରିବା ପାଇଁ ବିଜେଡ଼ି ଦାବି କରିଛି  । ସେହିପରି ବିନା କଟ୍ନୀ ଛଟ୍ନୀରେ ଧାନକିଣା, ଦଲାଲମୁକ୍ତ ମଣ୍ଡି ଓ ୪୮ ଘଣ୍ଟାରେ ପ୍ରାପ୍ୟ ପ୍ରଦାନ ଇତ୍ୟାଦି ବିଜେପିର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି । 

ଅପରପକ୍ଷରେ ବର୍ତ୍ତମାନର ସରକାର ନବୀନଙ୍କ ‘କାଳିଆ ଯୋଜନା’ର ନାମ ପରିବର୍ତ୍ତନ କରି ‘ସିଏମ୍ କିଷାନ ଯୋଜନା’ କରିଛନ୍ତି । ଏହି ଯୋଜନାରେ ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ କୌଣସି ସହାୟତା ରାଶି ପ୍ରଦାନ କରାଯାଉ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ କରିବାକୁ ଦଳ ଦାବି କରିଛି  ।
ଏହି କୃଷକ ସମାବେଶରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ରୋହିତ ପୂଜାରୀ, ଟୁକୁନି ସାହୁ, ପ୍ରଦୀପ ଅମାତ, ରୀତା ସାହୁ, ବର୍ଷା ସିଂ ବରିହା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ଦିଶାରୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ,  ସୁଦର୍ଶନ ହରିପାଲ, ଯୋଗେଶ ସିଂ, ରୋହିତ ଯୋଶେଫ୍ ତିର୍କୀ, ନଳିନୀ ପ୍ରଧାନ, ଡ଼ ପି୍ରୟବ୍ରତ ମାଝୀ, ସଂଗ୍ରାମ ମହାପାତ୍ର, ଆୟୁବ ଖାନ, କିଶୋର ନାୟକ, ରାଜେନ୍ଦ୍ର ଛତି୍ରଆ, ସରୋଜ ମେହେର, ଦୁଷ୍ମନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାବେଶରେ ସୁଶାନ୍ତ ମହାପାତ୍ର ସଭାପତିତ୍ୱ କରିଥିଲା ବେଳେ କିଶୋର ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ ।