ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ରାହୁଲ ଗାନ୍ଧୀଙ୍କ ନାମରେ କିଛି ବିଜେପି ନେତା ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଜି କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଖାରବେଳନଗର ଥାନାରେ ଏତଲା ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଶୋଭାଯାତ୍ରାରେ ଗଲାବେଳେ ପୁଲିସ ସମ୍ପୃକ୍ତ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ।  ଏହି ଅବସରରେ କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ ।  ଫଳରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ।