ସନେ୍ଦଶଖାଲି ମାମଲାର ତଦନ୍ତ କରିବ ସିବିଆଇ

ସନେ୍ଦଶଖାଲି ମାମଲାର ତଦନ୍ତ କରିବ ସିବିଆଇ

କୋଲକାତା : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନେ୍ଦଶଖାଲି ମାମଲାର ଏବେ ତଦନ୍ତ କରିବ ସିବିଆଇ । ସନେ୍ଦଶଖାଲିର କୁକର୍ମ, ଯୌନ ନିର୍ଯାତନା ଓ ଜମି ହଡପ ମାମଲାରେ ସିବିଆଇ ତଦନ୍ତ କରିବାକୁ କୋଲକାତା ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । କୋର୍ଟଙ୍କ ଏହି ନିଦେ୍ର୍ଦଶ ଆସିବା ପରେ ପଶ୍ଚିମବଙ୍ଗର ଟିଏମସି ସରକାରକୁ ବଡ ଝଟକା ଲାଗିଛି । ବୁଧବାର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସନେ୍ଦଶଖାଲିରେ ଜୋର ଜବରଦସ୍ତି ବଟି ଆଦାୟ, ଜମି ହଡପ ଓ ଯୌନ ଉତ୍ପୀଡନ ମାମଲାର ତଦନ୍ତ ସିବିଆଇ କରିବ । ସନେ୍ଦଶଖାଲି ମାମଲାର ଜଟିଳତାକୁ ବି·ରକୁ ନେଇ ନିରପେକ୍ଷ ତଦନ୍ତ କରାଯିବାରେ କୌଣସି ସନେ୍ଦହ ନାହିଁ । ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି ତାଙ୍କୁ ରାଜ୍ୟ ତଦନ୍ତ ପାଇଁ ଉଚିତ ସମର୍ଥନ ଦେବ ।  ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ୍/ ଇମେଲ୍ ଆଇଡି ଉନ୍ମୋଚନ କରାଯିବ ।  ମାମଲାର ତଦନ୍ତ କରି ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ । ଏହି ରିପୋର୍ଟରେ ଉଭୟ ଜମିର ଜବରଦଖଲ ଉଚ୍ଛେଦ ଏବଂ ଯୌନ ମାମଲା ସଂପର୍କରେ ଉଲ୍ଲେଖ ରହିବ । ସାଧାରଣ ଲୋକ, ସରକାରୀ ବିଭାଗ, ଅଣ-ସରକାରୀ ସଂଗଠନ (ଏନଜିଓ) ଙ୍କ ସମେତ ଯେକେଣସି ବ୍ୟକ୍ତିଙ୍କୁ ପ·ରିବାର ଏଜେନ୍ସି ପାଖରେ କ୍ଷମତା ରହିବ ବୋଲି କୋର୍ଟ କହିଛନ୍ତି । 
କୋର୍ଟ କହିଛନ୍ତି ଯେ, କୋର୍ଟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ । ୧୫ ଦିନ ମଧ୍ୟରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ । ଏଲଇଡି ଷ୍ଟ୍ରିଟ ଲାଇଟ୍ ମଧ୍ୟ ଲଗାଯିବ । ଆବଶ୍ୟକ ଅନୁଯାୟୀ ରାଜ୍ୟ ପାଣ୍ଠି ପ୍ରଦାନ କରିବେ । ଏହାପୂର୍ବରୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)ର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।  ଏହାକୁ ନେଇ କୋର୍ଟ କହିଛନ୍ତି, ଜାନୁଆରି ୫ ତାରିଖରେ ସନେ୍ଦଶଖାଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ ଉପରେ କୋର୍ଟ ତଦାରଖ କରିବେ ।