ସରକାରୀ ଦଳର ଅସହିଷ୍ଣୁତା ସବୁ ସୀମା ଟପିଛି: ବିଜେଡି


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବତ୍ତର୍ନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ବିଜେପି ଦଳ ଯେଉଁଭଳି ଭାବେ ବିରୋଧୀ ଦଳଙ୍କ ପାଟି ବନ୍ଦ କରିବାକୁ ମିଛର ସାହାରା ନେଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଗଣତନ୍ତ୍ରରେ ସହନଶୀଳତା ଏକାନ୍ତ ଆବଶ୍ୟକ । ଆଜି ବିଧାନସଭାରେ ବିରୋଧୀ ଦଳ ରେଭେନ୍ସାର ନାଁ ପରିବତ୍ତର୍ନକୁ ବିରୋଧ କରିବା ସହ ଏହା ଉପରେ ସରକାରୀ ଦଳଠାରୁ କୈଫିୟତ ମାଗିଛନ୍ତି  । କିନ୍ତୁ ସରକାରୀ ଦଳ ଏପର୍ଯ୍ୟନ୍ତ ନିରବ ରହିବା ଆଶ୍ଚର୍ଯ୍ୟ କରିଛି  । ରେଭେନ୍ସା ବିବାଦ  ପ୍ରସଙ୍ଗରେ ରାଜ୍ୟର ସବୁ ବର୍ଗର ବ୍ୟକ୍ତି ଯଥା ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ସଙ୍ଘ, ବୁଦ୍ଧିଜୀବୀ ଓ ନାଗରିକ ସମାଜ କେନ୍ଦ୍ର ଶିକ୍ଷମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଇଥିବା ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୋଟିଏ ଦାୟିତ୍ୱ ସମ୍ପର୍ଣ୍ଣ ରାଜନୈତିକ ଦଳ ହିସାବରେ ବିଜେଡି ମଧ୍ୟ ଏହାକୁ ବିରୋଧ କରିଛି । କିନ୍ତୁ ଅସହିଷ୍ଣୁତାର ଚରମ ସୀମା ଭାବେ ବିଜେଡିର ତିନିଜଣ ନେତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟର ୨୭ ଧାରା ଅନୁଯାୟୀ ଥାନାରେ ଏଫଆଇଆର ରୁଜୁ କରିଛି ବିଜେପି, ଯାହା ପ୍ରତିହିଂସା ରାଜନୀତିର ନିଚ୍ଛକ ଉଦାହରଣ ବୋଲି ଶୀ ବେହେରା କହିଥିଲେ ।