ମାଓ ଦମ୍ପତିଙ୍କ ଆତ୍ମସମର୍ପଣ 


ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସ ନିକଟରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ କରିଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡରେ ମାଓ ବିଲୋପ ନିମନ୍ତେ ପୁଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ସହ ସରକାରଙ୍କ ଆତ୍ମସମର୍ପଣ ନୀତି ଦ୍ୱାରା ପ୍ରଭାବିତ ହୋଇ ଅନେକ ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସହ ମାଓ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି  । ଏହି କ୍ରମରେ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଶୁକ୍ରବାର କୁଖ୍ୟାତ ମାଓବାଦୀ ସୋନାଭା ଓରଫ ଡୋସେଲ ସଲାମ ଓ ତାଙ୍କ ପନôୀ ଆରତୀ ସଲାମ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ମାଓବାଦୀ ଉଭୟ ସ୍ୱାମୀସ୍ତ୍ରୀ ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ଏହି ଦୁଇ ମାଓବାଦୀଙ୍କ ଉପରେ ସରକାରଙ୍କ ପକ୍ଷରୁ ମୋଟ ୫ ଲକ୍ଷ ଟଙ୍କାର ଇନାମ ରହଛି । ତେବେ ମାଓ ସଂଗଠନ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଓ ନିଜର ନୀତି ଆଦର୍ଶରୁ ବିଚୁ୍ୟତ ହେଉଥିବାରୁୁ ଏମାନେ ସାଧାରଣ ଜୀବନ ଜାପାନ ନିମନ୍ତେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ ସେମାନେ ସ୍ୱୀକାର କରିଛନ୍ତି । ଏସ୍ପି ପ୍ରଭାତ କୁମାର ଅନ୍ୟ ପୁଲିସ ଅଧିକାରୀଙ୍କ ନିକଟରେ ଏମାନେ  ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ସରକାରଙ୍କ ନକ୍ସଲ ବିଲୋପ ନୀତି ଅନୁଯାୟୀ ୨୫ ହଜାର ଲେଖାଏଁ ପ୍ରୋସôାହନମୂଳକ ରାଶୀ ପ୍ରଦାନ ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି ।