ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି ?
Mohan Charan Majhi

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଖଣ୍ଡ ଯିବେ । ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯାଇ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ୍ ହେବେ । ଆସନ୍ତା ୩୦ ଓ ଅକ୍ଟୋବର ୧ରେ ସେ ଝାଡ଼ଖଣ୍ଡର କେତେକ ସ୍ଥାନରେ ଉଦବୋଧନ ଦେବେ । ଝାଡ଼ଖଣ୍ଡରେ ବହୁ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି । ଆଗାମୀ ଦିନରେ ସେଠାରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଏବେ ଝାଡ଼ଖଣ୍ଡର ସହ ପ୍ରଭାରୀ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଗତକାଲି ସେ ଓଡ଼ିଶା ଆସି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳ ରଘୁବର ଦାସ ପୁଣିଥରେ ଝାଡ଼ଖଣ୍ଡ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।