ରଥଯାତ୍ରା ପାଇଁ ଟ୍ରାଫିକ୍ ନିଦେ୍ର୍ଦଶନାମା

 ଭୁବନେଶ୍ୱର  : ଜୁଲାଇ ୪ରୁ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା ଓ ବାହୁଡ଼ାଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁଗମନାଗମନ ଓ ଯାନବାହାନ ଗୁଡ଼ିକର ସୁପରିଚାଳନା ନିମନ୍ତେ ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୯ର ଧାରା ୧୯, ୨୧ ୩୬ ଓ ୩୭ ଅନୁଯାୟୀ ପକ୍ଷରୁ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଉପଲକ୍ଷେ କଟକଣାଗୁଡ଼ିକ ଲାଗୁ କରାଯାଇଛି । ଅପରାହ୍ନ ୩ରୁ ରଥଗୁଡ଼ିକ ସିଆରପି ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ କୋର୍ଦ୍ଧାପଟୁ ଫାୟାର ଷ୍ଟେସନ୍ ସର୍ଭିସ୍ ରୋଡ଼ ଦେଇ କୌଣସି ପ୍ରକାର ଭାରିଯାନ ସିଆରପି ଛକଆଡ଼କୁ ଆସିପାରିବେ ନାହିଁ । ଡିଏଭି ସ୍କୁଲ ୟୁନିଟ୍ ୮ରୁ ମାଉସୀ ମା’ ମନ୍ଦିର ଏବଂ ସିଆରପି ଛକ ଓ ସିଆରପି ଛକଠାରୁ ଇସ୍କନ୍ ମନ୍ଦିର ଆଡ଼କୁ,  ରଥଗୁଡ଼ିକ ସିଆରପି ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ କସ୍ତୁରବା ସ୍କୁଲ ପାଶ୍ୱର୍ ଏବଂ ଜୟାପଲ୍ଲୀ ଅଣ୍ଡର ପାସ୍ଠାରୁ ସିଆରପି ଛକ ଆଡ଼କୁ ସର୍ଭିସ୍ ରୋଡ଼ ଦେଇ ଯାତାୟତ କରିପାରିବେ ନାର୍ହି । ଜୁଲାଇ ୬ରୁ ସୁନାବେଶ ସମୟରେ ଟ୍ରାଫିକ୍ କଟକଣା ମଧ୍ୟ ହୋଇଛି । ସନ୍ଧ୍ୟା ୫ ଘଟିକାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସିଆରପି ଛକଠାରୁ ଇସ୍କନ୍ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହାନ ଯାତାୟତ କରିପାରିବେ ନାହିଁ । ଜରୁରୀକାଳୀନ ସେବାରେ ନିୟୋଜିତ (ପୁଲିସ, ଫାୟାର ଓ ଆମ୍ବୁଲାନ୍ସ) ଯାନବାହାନଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।