କଂଗ୍ରେସରେ ମିଶିଲେ ସିପ୍ରା ମଲ୍ଲିକ

ଭୁବନେଶ୍ୱର:ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ ଦଳରେ ମିଶୁଛନ୍ତି । ଏହାରି ଭିତରେ କଂଗ୍ରେସରେ ଯୋଗ ଦେଇଛନ୍ତି ସିପ୍ରା ମଲ୍ଲିକ। କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସିପ୍ରା ମଲ୍ଲିକ ହାତ ଧରିଛନ୍ତି । ସିପ୍ରା ମଲ୍ଲିକ ହେଉଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ।
୨୦୦୯ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା ମଲ୍ଲିକ। କିନ୍ତୁ ୨୦୧୪ ଓ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା। ୨୦୧୪ରେ ବିଜେଡି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କିଶୋର ଚନ୍ଦ୍ର ତରାଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିଲା।
ଏଥର ବିଜେଡିରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ ସିପ୍ରା। ତେବେ ଦଳ ପକ୍ଷରୁ ତାଙ୍କୁ ସେମିତି କିଛି ସଙ୍କେତ ନ ମିଳିବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ବିଜେଡି ତାଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରିପାରେ।