କଣ୍ଟାବଣିଆ କୁର୍କମ ପୀଡିତାଙ୍କୁ ଭେଟିଲା ବିଜେଡି ଟିମ୍

ାା ପ୍ରଭାନୁ୍ୟଜ ।ା ନୀଳଗିରି : ସ୍ୱାମୀ ଘରେ ନ ଥିବାର ସୁଯୋଗ ନେଇ ଜୈନିକା ମହିଳାଙ୍କୁ କୁର୍କମ କରିଥିବା ଜଣେ ଅଭ୍ୟାସଗତ କୁର୍କମକାରୀକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେଡ଼ିର ଏକ ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣ୍ଟାବଣିଆ ଯାଇ କୁର୍କମ ପୀଡିତାଙ୍କୁ ଭେଟିଛନ୍ତି । ଏଥିସହ ସେ ଅଭିଯୁକ୍ତକୁ କୋଠର ଦଣ୍ଡ ଦେବା ସହ ପୀଡିତାଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛନ୍ତି ।
ଖବରରୁ ପ୍ରକାଶ ଯେ, ଗତ ୭ତାରିଖ ରାତିରେ ସ୍ୱାମୀ ନ ଥିବାର ସୁଯୋଗ ନେଇ କଣ୍ଟାବଣିଆ ଜାଗିରିସାହି ଗ୍ରାମର ଆକାଶ ବିନ୍ଧାଣୀ ନାମକ କାମାନ୍ଧ ଉକ୍ତ ଗ୍ରାମର ସୋମନାଥ ସିଂଙ୍କ ଘରେ ପଶି ତାଙ୍କର ପୁତୁରାବୋହୂକୁ କଟୁରୀ ଚୋଟର ଭୟ ଦେଖାଇ ଜୋରଜବରଦସ୍ତ କୁର୍କମ କରିବା ସହିତ ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସ୍ୱାମୀ ଘରେ ନ ଥିବାରୁ ପୀଡ଼ିତା ଜଣକ ନିଜର ଯାଆ ଏବଂ କକାଶ୍ୱଶୁରଙ୍କୁ ଜଣାଇବା ପରେ ଗ୍ରାମରେ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ କୁର୍କମକାରୀ ଆକାଶ ଘଟଣାକୁ ଅସ୍ୱୀକାର କରିଥିଲେ । ଏ ନେଇ ମହିଳା ଜଣକ ଗତ ୯ତାରିଖରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଅପରପକ୍ଷରେ କୁର୍କମକାରୀଙ୍କ ପକ୍ଷରୁ ପୀଡ଼ିତାଙ୍କ କକାଶ୍ୱଶୁର ତାଙ୍କ ସ୍ତ୍ରୀଙ୍କୁ କୁର୍କମ କରିଥିବା ନେଇ ପାଲଟା ଅଭିଯୋଗ ହୋଇଥିଲା । ନୀଳଗିରି ପୁଲିସ ଘଟଣାକୁ ଗୁରୁତର ସହ ନେଇ ଉଭୟ କୁର୍କମକାରୀ ଆକାଶ ଏବଂ ପୀଡ଼ିତାଙ୍କ କକାଶ୍ୱଶୁର ସୋମନାଥକୁ ଅଟକ ରଖି ପଚରାଉଚରା କରିଥିଲା । ଉକ୍ତଘଟଣା ସମଗ୍ର ରାଜ୍ୟରେ ଚହଳ ପଡ଼ିଥିବାବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ରାଜ୍ୟ ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣ୍ଟାବଣିଆ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ । ଏହି ଟିମ୍ରେ ରାଜ୍ୟମହିଳା ବିଜେଡ଼ି କାର୍ଯ୍ୟକାରିଣୀ ସଭାନେତ୍ରୀ ତଥା ବସ୍ତା ବିଧାୟିକା ସୁବାସିନୀ ଜେନା, ଜଗତସିଂହପୁରର ପୂର୍ବତନ ରାଜ୍ୟସଭା ସାଂସଦ ରାଜଶ୍ରୀ ମଲ୍ଲିକ, ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଜେଡ଼ି ମହିଳା ଉପସଭାନେତ୍ରୀ ସୁନିତି ସିଂଙ୍କ ସମେତ ବାଲେଶ୍ୱର ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା ଉର୍ମିଲତା ଦାସ, ବାଲେଶ୍ୱର ନଗର ସଭାନେତ୍ରୀ ମୀନା ମହାନ୍ତି, ରାଜ୍ୟ ମହିଳା ଯୁବ ବିଜେଡ଼ି ସମ୍ପାଦିକା ଜୟନ୍ତୀ ଦତ୍ତ, ରଞ୍ଜିତା ମହାପାତ୍ର, ମିନତୀ ସେଠୀ, ରୋଜି ପଟ୍ଟନାୟକ, ସୁଜାତା ମହାପାତ୍ର, ସଲିମା ବିବି, ଦୂତିକୃଷ୍ଣା ସ୍ୱାଇଁ ଏବଂ ନୀଳଗିରି ବିଜୁଜନତା ଦଳର ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ତପସ୍ୱିନୀ ମହାନ୍ତି, କମଳାମଣି ପରିଡା, ବାସନ୍ତୀ ମହଲ, ମାଳତୀ ମାରାଣ୍ଡି, ରଞ୍ଜିତା ଦଣ୍ଡପାଟ, ଚାନ୍ଦମଣି ମୁର୍ମୁ, ବାସନ୍ତୀ ହେମ୍ବ୍ରମ, ଅହଲ୍ୟା ସିଂ, ସାବିତ୍ରୀ ସିଂ ପ୍ରମୁଖ ପୀଡ଼ିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ଉକ୍ତ ଟିମର ନେତୃତ୍ୱ ନେଇଥିବା ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ପୀଡ଼ିତା ମହିଳାଜଣକ ଏଭଳି ଘଟଣାରେ ସାହସର ସହିତ ଆଗକୁ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହିତ ରାଜ୍ୟରେ ବିଜେପିର ୫ମାସ ଶାସନ ମଧ୍ୟରେ ୮ଜଣ କୁର୍କମ ଏବଂ ଗଣକୁର୍କମର ଶିକାର ହୋଇଥିବା କହିଥିଲେ । ରାଜ୍ୟରେ ମହିଳା ସୁରକ୍ଷିତ ନ ଥିବା ଅଭିଯୋଗ କରିବା ସହ ଉକ୍ତ ନୀଳଗିରି ଘଟଣାରେ କୁର୍କମକାରୀ ଜଣକ ବିଜେପି କର୍ମକର୍ତ୍ତା ଅଟନ୍ତି ।  ତେଣୁ ଏଭଳି ଘୃଣ୍ୟଘଟଣାରେ ଦୋଷୀକୁ କୋଠାର ଦଣ୍ଡ ଦେବା ସହିତ ପୀଡ଼ିତା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ଅପରାନ୍ତରରେ ପୀଡ଼ିତାଙ୍କ କକାଶ୍ୱଶୁରଙ୍କୁ ପୋଲିସ ଛାଡି ଦେଇଥିବା ବେଳେ କୁର୍କମକାରୀ ଆକାଶକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଗଙ୍ଗାଧର ମିଶ୍ର, ତାପସ ପରିଡା, ଗତିକୃଷ୍ଣ ନନ୍ଦ, ଉପେନ୍ଦ୍ର ଦାସ, କୁଳମଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।