ଆଦର୍ଶ ଶିକ୍ଷାମନ୍ଦିରର ବାର୍ଷିକୋତ୍ସବ

 ଖଇରା:  ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଆଦର୍ଶ ଶିକ୍ଷା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ନୃତ୍ୟଗୀତର ତାଳେ ତାଳେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଯୁବନେତା ନୀଳମାଧବ ପଣ୍ଡା ମୁଖ୍ୟ ଅତିଥି, ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡ ଅଭୟ କୁମାର ମହାନ୍ତି ମୁଖ୍ୟବକ୍ତା, ଡ ପାର୍ଥସାରଥୀ ଦାସ ସମ୍ମାନିତ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ଦାଶ, ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ଅଜୟ କୁମାର ବେହେରା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପିଲାମାନେ ପାଠ ପଢିବା ସହ ଦେଶଗଠନରେ ନିଜକୁ ସାମିଲ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ମୁଖ୍ୟ ନିଦେ୍ର୍ଦଶକ ପ୍ରଭାତ କୁମାର ଜେନା ବିବରଣୀ ପାଠ ଓ ପ୍ରଧାନଶିକ୍ଷକ ମଣିକିଙ୍କର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀ ନିର୍ମଳା ମହାନ୍ତି, ବିଚିତ୍ରା ଦାସ, ବିଦୁ୍ୟତ୍ପ୍ରଭା ହାତୀ, ଅଙ୍କିତା ଭୁୟାଁ, ବାସନ୍ତୀ ସାହୁ, ଅନୁଶ୍ରୀ ବିଶ୍ୱାଳ, ରଶ୍ମିତା ମିଶ୍ର, ପ୍ରିତିଲତା ପାଣିଗ୍ରାହୀ, ଶୁଭଶ୍ରୀ ରାଉତ, ପ୍ରହଲ୍ଲାଦ ରାୟ, ତପନ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।