ଦାଦାବଟି ମାଗି ଜଣେ ଗିରଫ
ାା ପ୍ରଭାନୁ୍ୟଜ ।ା ବାରଙ୍ଗ: ନିଶାସକ୍ତ ଅବସ୍ଥାରେ ବିସ୍ତେରା ବାର୍ରେ ପଶି ମଦ ଦେବାକୁ ଧମକ ଦେବା, ଦାଦବାଟି ପାଇଁ ଦାବି କରିବା ସହିତ ମାରଧର କରିବା ଓ ଗାଡି ଭଙ୍ଗାରୁଜା କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ରଘୁନାଥପୁର ଗ୍ରାମର ରୋହନ ପାଣି ଓରଫ୍ ବିଟୁକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ସମ୍ପଦ ଦାସ ନନ୍ଦନକାନନ-କଟକ ମେନ ରୋଡ୍ ସ୍ଥିତ ପ୍ଲଟ ନମ୍ବର-୬୯୫/ ୩୮୨୭ରେ ଥିବା ବିସ୍ତେରା ବାରରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ଗତ ୧୩ ତାରିଖ ରାତିରେ ବିଟୁ ଓ ତାର ସହଯୋଗୀ ଉକ୍ତ ବାରରେ ନିଶାସକ୍ତ ଅବସ୍ଥାରେ ଆସି ଦାଦବାଟି ଦାବି କରିବା ସହ ମଦଦେବାକୁ ଧମକ ଦେଇଥିଲେ । ମ୍ୟାନେଜର ଏଥିରେ ଭୟଭୀତ ହୋଇ ସେମାନଙ୍କୁ ୪ ବୋତଲ ବିଦେଶୀମଦ ଦେଇଥିଲେ । ପରେ ବିଟୁ ଓ ତାର ସହଯୋଗୀ ଉତ୍କ୍ଷିପ୍ତ ହୋଇ ବାର ପରିସର ମଧ୍ୟରେ ଥିବା ଜିନିଷପତ୍ର, ମଦବୋତଲ ଓ ସେଠାକୁ ଆସିଥିବା ଲୋକମାନଙ୍କ ଗାଡିଗୁଡିକୁ ପଥର ମାଡ କରିଥିଲେ । ସେଠାରେ ଥିବା କର୍ମଚାରୀମାନେ ଏହାକୁ ବିରୋଧ କରିବାରୁ ଏହି ଦୁଇଜଣ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା କରିବା ଲାଗି ଧମକ ଦେଇଥିଲେ । ଖବର ପାଇଁ ନନ୍ଦନକାନନ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚôବାରୁ ଦୁଇଜଣ ସେଠାରୁ ପଳାଇ ଯାଇଥିଲେ । ପିସିଆର୍ ଭ୍ୟାନ ଚାଲିଯିବା ପରେ ଉଭୟ ହାତରେ ଖଣ୍ଡା ଧରି ପୁନର୍ବାର ସେଠାରେ ପହଞ୍ଚôବା ସହିତ ସମ୍ପଦ ଏବଂ ତାଙ୍କ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଲାଗି ପ୍ରୟାସ କରିଥିବାବେଳେ କ୍ୟାସ୍ କାଉଣ୍ଟରରୁ ୨୦,୦୦୦ ଟଙ୍କା ଜୋରଜବରଦସ୍ତ ଲୁଟି ନେଇଥିଲେ । ଏବଂ ସେଠାରେ ଥିବା ଏକ କମ୍ପାନୀ ଗାଡିକୁ ଭାଙ୍ଗି ଦେଇଥିଲେ ବୋଲି ସମ୍ପଦ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଥାନା ଅଧିକାରୀ ସମିତା ମିଶ୍ର ମାମଲାର ତଦନ୍ତ କରିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରି ଦୁଇଜଣଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଟୁକୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ରହିଛି । ପୋଲିସ ବିଟୁଠାରୁ ଗୋଟିଏ ଖଣ୍ଡା, ଗୋଟିଏ ପ୍ଲାଷ୍ଟିକ ପାଇପ ଓ ଏକ ବାଇକ ଜବତ କରିଛି । ୨୯୩/୨୪କେଶ ନମ୍ବର ରେ ଏକ ମାମଲା ରୁଜୁ କରି ବିଟୁକୁ ଗିରଫ କରି ସୋମବାର ପୋଲିସ କୋର୍ଟଚାଲାଣ କରିଛି ।