ବିଜେପି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରିଛି :ବିଜେଡି

ଭୁବନେଶ୍ବର : ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦହେଲା ବିଜେଡି । ବିଜେପି ନେତାଙ୍କ ବିରୋବିରେ ଫେରାଦ
ହୋଇଛି ବିଜେଡି । ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି । ବିଜେପି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା କହିଛି ବିଜେଡି । ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି ବିଜେଡି । ବିଜେପି ନେତାମାନେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବା ବେଳେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠା ନ ନେବାକୁ ଦାବି କରିଛି ବିଜେଡି । କିଛିଦିନ ତଳେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ । ସେହିପହି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଚନ କରୁଛନ୍ତି। ବ୍ରହ୍ମପୁର ବି ପ୍ରଶାନ୍ତ ଜଗଦ୍ଦେବ ପୋଲିସ ଓ ଆଶା କର୍ମୀ ଙ୍କୁ ଧମକାଉଛନ୍ତି। ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକବ୍ଲ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ
ପିଲାମାନଙ୍କୁ ନେଇ ରାଲି କରିଥିଲେ ବୋଲି ବିଜେଡି ଅଭିଯୋଗ କରିଛି ।