ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ବିଜେପିରେ ସାମିଲ
କେନ୍ଦୁଝର : କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ ଏବଂ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାଏକ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନବାଗତ ଦୁଇ ନେତାଙ୍କୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କ ଯୋଗଦାନରେ ଦଳ ଆଗାମୀ ଦିନରେ କେନ୍ଦୁଝର ଜିଲାରେ ଆହୁରି ଶକ୍ତିଶାଳୀ ହେବ ବୋଲି ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି। ଉକ୍ତ ମିଶ୍ରଣ ସମୟରେ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଅଜୟ ସାହୁ, ହେମରଞ୍ଜନ ବାରିକ, ପ୍ରିୟବ୍ରତ ଜେନା, ମମିତା ନାଏକ, ଶିବାଜୀ ମହାନ୍ତ ବର୍ମା, ସୁଦର୍ଶନ ନାହାନ୍ତ, ବୁଲୁ ବାରିକ, ନରହରି ମହାନ୍ତ, ପ୍ରୀତିପ୍ରଭା ମହାନ୍ତ, ହୀରାଲାଲ୍ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।