ବିଧାୟକଙ୍କ ସହ କଥାହେଲେ ନବୀନ

ବିଧାୟକଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର : ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୂତ କରିବା ସହ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ । ଏହାସହିତ ବିଧାୟକମାନଙ୍କ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ ପଚାରି ବୁଝିଥିଲେ । ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟିକା ସୁଜାତା ସାହୁ, ବିଧାୟକ  ବିଶ୍ୱରଞ୍ଜନ ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଦୀପ ସାହୁ, ତୁଷାର କାନ୍ତି ବେହେରା, ନବ ମଲ୍ଲିକ, ସାରଦା ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।