ଯଦି ଯାଜପୁରକୁ ୩ ପରିବାର ଲୁଟିଛନ୍ତି ମୁଖ୍ୟମନ୍ତ୍ରୀ ତଥ୍ୟ ସହକାରେ ଉପସ୍ଥାପିତ କରନ୍ତୁ: ସୁଲତା ଦେଓ
ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି ସରକାର ବିକାଶ ନୁହେଁ ବିନାଶ କରିଛି । ଯାଜପୁର ଜିଲ୍ଲାରେ ଏତେ ଖଣିଖାଦାନ ଥିବାବେଳେ ନଗଡ଼ାରେ ଯେଭଳି ଅପପୃଷ୍ଟି ଯୋଗୁ ୧୫ ନିରୀହ ଶିଶୁ ମୃତ୍ୟୁ ବରଣ କଲେ ସେଥିପାଇଁ ବିଗତ ସରକାର ଦାୟୀ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ନଗଡାକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଯାଜପୁର ଗସ୍ତାବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ୨୪ ବର୍ଷର ବିଜେଡି ସରକାରକୁ ଏହି କାର୍ୟ୍ୟକ୍ରମରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ପରିବାରକୁ ଟାର୍ଗେଟ କରି ମୋହନ । ଏହି ପରିବାର ବିରୁଦ୍ଧରେ ଭୋଟ ଦେଇ ଉଚିତ ଜବାବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେପଟେ ଏହାକୁ କାଉଣ୍ଟର କରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ଜାତୀୟ ହାରରେ ଓଡି଼ଶା ବଳକା ଖାଦ୍ୟ ରାଜ୍ୟରେ ପରିଣତ ହୋଇଛି। ୨୦୧୬ମସିହାରେ ନଗଡାରେ ୩୩୫ଟି ପରିବାର ରହୁଥିବା ବେଳେ ଏବେ ସେଠାରେ ୬୮୭ଟି ପରିବାର ରହୁଛନ୍ତି । ନଗଡାରେ ୨୦୧୬ ମସିହାରେ ୪୪ ଜଣ ପିଲାଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଥିବାବେଳେ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ମାଇନର ସ୍କୁଲ ପ୍ରତିଷ୍ଠା ହୋଇଛି। ବିକାଶ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ରହିଛି । ରାଜ୍ୟ ସରକାର କେନ୍ଦ୍ରରୁ ଏହି ଅନୁମତି ଆଣନ୍ତୁ । ମେଡିକାଲ ଟିମ ଯାଇପାରୁନଥିଲା। ଏବେ ସପ୍ତାହକୁ ୨ ଥର ଟିମ ଯାଉଛି । ଆଦିବାସୀ ମୁଖ୍ୟମନ୍ତ୍ରୀ ହିସାବରେ ସେ ବିକାଶ କରନ୍ତୁ । ଯଦି ଯାଜପୁରକୁ ୩ ପରିବାର ଲୁଟିଛନ୍ତି ମୁଖ୍ୟମନ୍ତ୍ରୀ ତଥ୍ୟ ସହକାରେ ଉପସ୍ଥାପିତ କରନ୍ତୁ ।"