ବହୁ ବିଜେପି କର୍ମୀ ବିଜେଡିରେ ସାମିଲ
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ପଞ୍ଚାୟତର ସରପଞ୍ଚ, ୱାର୍ଡ ସଭ୍ୟଙ୍କ ସମେତ କିଛି ନେତୃବୃନ୍ଦ ଗତ ସାଧାରଣ ନିର୍ବାଚନର ପୂର୍ବରୁ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ । ରାଜ୍ୟରେ ପ୍ରଥମଥର ଲାଗି ବିଜେପି ସରକାର ଗଠନ କରିଛି । ସରକାର ଗଠନର ୭ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଦେଇଥିବା ପ୍ରତିଶୃତି ପୁରଣ କରିବାରେ ଅସର୍ମଥ ହୋଇପଡିଛି । ଦରଦାମ ଆକାଶଛୁଆଁ, ବେକାରୀ ବୃଦ୍ଧି ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସାଂଗଠନିକ ଦାୟିତ୍ୱ ପ୍ରଦାନ କରିବା ଓ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡି ଯିବା ସହ ବିକାଶ ଶୂନ ବୋଲି କହିଛନ୍ତି । ନବୀନ ବାବୁଙ୍କ ନେତୃତ୍ୱ ଓ ବିଜୁ ଜନତାଦଳର ଆଦର୍ଶରେ ଅନୁପ୍ରାଣୀତ ହୋଇ ବୁରୁପୋଡା ପଞ୍ଚାୟତର ସରପଞ୍ଚ ସନ୍ତୋଷୀ କୁମାରୀ ବେହେରା, ନାଏବ ସରପଞ୍ଚ ରଞ୍ଜନ ସ୍ୱାଇଁ, ୯ ୱାର୍ଡ ସଭ୍ୟ, ସଭ୍ୟା ପୁନମ ପାଳ, ଉମାରାଣୀ ପୋଲାଇ, ଜୟନ୍ତୀ ସାହୁ, ଅଭିମନୁ୍ୟ ଖଟେଇ, ଶରତ ଚନ୍ଦ୍ର ପଣ୍ଡା, ପିଙ୍କି ମୁନି, ଗଣେଶ ସେଠି, ପାଣ୍ଡି ପ୍ରଧାନ, ନିର୍ମଳା ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଶନିବାର ଭୂବନେଶ୍ୱରରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଥିଲେ । ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ହିଞ୍ଜିଳି ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ ସୁଦର୍ଶନ, ହିଞ୍ଜିଳିକାଟୁ ବ୍ଳକ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି, ଯୁବ ନେତା ଅନିଲ କୁମାର ସ୍ୱାଇଁ, ବୁରୁପଡା ସମିତି ସଭ୍ୟ ବସନ୍ତ ସେଠି, ଶିବାନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।