ଯୁବକଙ୍କୁ ଆକ୍ରମଣ ଅଭିଯୋଗ
ବୁଗୁଡା: ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ଗୌରହରିଙ୍କୁ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, କିଛିଦିନ ତଳେ ଗୌରହରି ଓ ତାଙ୍କ ଗ୍ରାମର ମଙ୍ଗୁଳୁ ଦଳେଇ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଗୌରହରି ଘରେ ଥିବାବେଳେ ମଙ୍ଗୁଳୁ , ବୁଗୁଡ଼ାର ଓମ ଓ ବାବୁ ସମେତ ଅନ୍ୟ କେତେଜଣ ତାଙ୍କୁ ଗାଳି ଗୁଲଜ କରି ଘରୁ ଟାଣି ଆଣି ଦାଣ୍ଡରେ ବାଉଁଶ ମୁଳିରେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୌରହରିଙ୍କ ମୁଣ୍ଡ ଫାଟି ଯାଇଥିଲା । ସେ ବୁଗୁଡା ମେଡିକାଲକୁ ଆସି ଚିକିସôିତ ହେବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ମଙ୍ଗୁଳୁର ମାଆଙ୍କ ପାଲଟା ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି ।