ହଁ, ମୁଁ ଦାଦନ, ମୁଁ ରାଜମିସ୍ତ୍ରୀ : ଧର୍ମେନ୍ଦ୍ର

ଭୁବନେଶ୍ୱର : ମୁଁ ଦାଦନ । ମୁଁ ରାଜମିସ୍ତ୍ରୀ । ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେଯେ, ମୁଁ ଦୁଇ ଦୁଇଟି ରାଜ୍ୟରୁ ରାଜ୍ୟସଭାକୁ ଯାଇଛି । ଯାହାକୁ ନେଇ ବିଜେଡ଼ି ମୋତେ କଟାକ୍ଷ କରୁଛି । ମୋତେ ଦାଦନ ନେତା ବୋଲି କହୁଛନ୍ତି । କିନ୍ତୁ ଜଣେ ଓଡ଼ିଆ ପୁଅଙ୍କୁ ମୋଦି ଭଲ ପାଉଛନ୍ତି । ଦୁଇ ଦୁଇ ଥର ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ପଠାଇବା ସହ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ କରିଛନ୍ତି । ମୋଦି କ’ଣ ପାପ କରିଛନ୍ତି କି ବୋଲି ସେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ମୁଁ ଦାଦନ ହେବାକୁ ପ୍ରସ୍ତୁତ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେହିପରି ସେ କହିଲେଯେ, ମୋତେ ବିଜେଡ଼ି କଟାକ୍ଷ କରି ରାଜମିସ୍ତ୍ରୀ ବୋଲି କହୁଛି । ଦେଶର ବିକାଶ ପାଇଁ ମୋଦି ହେଉଛନ୍ତି ରାଜମିସ୍ତ୍ରୀ । ଆମେ ମଧ୍ୟ ସବୁ ବିଜେପି ନେତା ଜଣେ ଜଣେ ରାଜମିସ୍ତ୍ରୀ । ରାଜ୍ୟକୁ ଗଢ଼ିବା ପାଇଁ ରାଜମି