ମା' ମଙ୍ଗଳାଙ୍କ ସିଂହ ବାହିନୀ ବେଶ 

କାକଟପୁର : ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା ମହାସମାରୋହରେ ପାଳିତ ହୋଇ ଆସୁଛି  । ନବପତ୍ରିକା ଠାରୁ ମା’ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବା ସହିତ ଆଜି ସପ୍ତମୀ ତିଥିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଛି  । ରାତ୍ର ଚାରି ଘଟିକା ଠାରୁ ମା’ଙ୍କର ମଙ୍ଗଳ ଆଳତୀ, ସ୍ନାନ ମାର୍ଜନା, ବେଶ ହେବା ପରେ ସର୍ବସାଧାରଣ ଦର୍ଶନ ପାଇଁ ପହୁଡ଼ ଖୋଲି ଥିଲା  । ଅପରାହ୍ନରେ ସୂର୍ଯ୍ୟପୂଜା, ବଲ୍ଲଭ, ସିଂହପୂଜା ସରିବା ପରେ ମା ଙ୍କର ଧୂପ ନୀତି ଅନୁଷ୍ଠିତ ହୋଇଥିଲା ପରେ ରାତ୍ର ୮ ଘଟିକା ବେଳକୁ ମା’ଙ୍କୁ ପ୍ରସିଦ୍ଧ ସିଂହ ବାହିନୀ ବେଶରେ ସଜ୍ଜିତ କରାଯାଇଥିଲା  । ପୌରାଣିକ ତଥ୍ୟ ଅନୁସାରେ ଦେବତା ମାନେ ସମସ୍ତ ଅସ୍ତ୍ର ଶସ୍ତ୍ର ମାଙ୍କୁ ଅର୍ପଣ କରିବା ପରେ ବାହାନ ଭାବେ ପଶୁରାଜ ସିଂହକୁ ଅର୍ପଣ କରିଥିଲେ  । ମନ୍ଦିରରୁ ମଣି ବିମାନରେ ମା ଙ୍କ ଚଳନ୍ତି ପ୍ରତିମାକୁ ରନôଗିରି ବିଜେ କରିବା ପରେ ସର୍ବସାଧାରଣଙ୍କ ନିମନ୍ତେ ପହୁଡ଼ ଖୋଲିଥିଲା  । ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଦୂରଦୂରାନ୍ତରୁ ମାତୃଭକ୍ତଙ୍କ ସମାଗମ ହୋଇଥିଲା  । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରର ଚାରି ଦ୍ୱାରକୁ ଫୁଲରେ ସଜ୍ଜିତ କରାଯିବା ସହିତ ମନ୍ଦିର କୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା  ।