ବିରୋଧୀଙ୍କ ମୁଣ୍ଡବ୍ୟଥା ପାଲଟିଛି ବିଦୁ୍ୟତ୍ ବିଲ୍ ଛାଡ୍’ 

ରାଜକନିକା,: ବିଜେଡି ଶାସନ କାଳରେ ଓଡିଶାର ଦ୍ରୁତ ବିକାଶ ଘଟିଛି । ଗାଁକୁ କାମ, ମା’କୁ ସମ୍ମାନ ସହିତ ମହିଳାମାନେ ସ୍ୱାବଲମ୍ବୀ ହୋଇଛନ୍ତି । ନବୀନ ସରକାର ବହୁ ଜନହିତକର ଯୋଜନା ପ୍ରଣୟନ କରିଥିବାରୁ ଏହା ବିରୋଧୀଙ୍କ ଆଖିରେ ଯାଉନାହିଁ । ଏହାଛଡ଼ା ଆଗାମୀ ଦିନରେ ବିଦୁ୍ୟତ୍ ବିଲ୍ ଛାଡ଼ ବିରୋଧୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି ବୋଲି ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା ବ୍ଲକ ଓଳାଭର କାଳୀ ପଡିଆ ଠାରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଏକ ବିରାଟ ନିର୍ବାଚନ ସଭାକୁ ସମ୍ବୋଧିତ କରି ମତପ୍ରକାଶ କରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ନବୀନ ସରକାରଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧାୟକ ଭାବେ ପ୍ରତାପ କେଶରୀ ଦେବ ଓ ସାଂସଦ ଭାବେ ଅଂଶୁମାନ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ନିଜର ନିର୍ବାଚନୀ ଅଭିଭାଷଣ ରଖିବା ସହିତ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ବ୍ଲକ ବିଜେଡ଼ି ସଭାପତି ବିଦ୍ୟାଧର ବେହେରା, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ରାଜକନିକା ଅଧ୍ୟକ୍ଷା ମିନତୀ ରାଉତ, ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବିଜେପିରୁ ଆସି ନୂତନ ଭାବେ ଯୋଗ ଦେଇଥିବା ବ୍ରଜସୁନ୍ଦର ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ପ୍ରତାପ ବେହେରା, ଅମିତା ସାହୁ, ପ୍ରବୀଣା ଦାସ, ସୁମନ୍ତ ରାଉତ, ଯୁବନେତା ପବିତ୍ର ରାଉତ, ବଳରାମପୁର ସରପଞ୍ଚ ସ୍ୱର୍ଣ୍ଣଲତା ବେହୁରା, ଓଳାଭର ସରପଞ୍ଚ ନହୁଷ ନାୟକ, ବିଜେଡ଼ି ମହିଳା ସଭାନେତ୍ରୀ ସଂଯୁକ୍ତା ଶତପଥୀ ଓ କୈଳାସ ବେହୁରା ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିକାଶକୁ ଆଗେଇ ନେବା ପାଇଁ ଉଭୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ  ଉମେଶ ବେହୁରା, ନିରଞ୍ଜନ ନାୟକ ଓ ଉଦୟ ବେହୁରା ପ୍ରମୁଖ ପରିଚାଳନା କରିବେଳେ ସମାବେଶରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ମହିଳାମାନେ ଯୋଗଦାନ କରିଥିଲେ ।