ବିଜେପିର ପ୍ରତିଷ୍ଠା ଦିବସ ପାଳିତ
ସାଲେପୁର : ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ଭାତପଡ଼ା ସ୍ଥିତ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଟାଙ୍ଗୀ-ସାଲେପୁର ବିଜେପି ନେତା ଅରିନ୍ଦମ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ କୁମାର ସାହୁ, କୁଂଜମୋହନ ସେଠୀ, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ସତ୍ୟବାଦୀ ଚଇନି, ସମସ୍ତ ମଣ୍ଡଳ ସଭାପତି ଓ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା, ମହିଳା ସଭାନେତ୍ରୀମାନେ ଉପସ୍ଥିତ ରହି ଆଗାମୀ ଦିନରେ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନକୁ କିଭଳି ମଜଭୁତ କରାଯିବ ସେ ନେଇ ଶପଥ ନେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଲୋକାଭିମୁଖୀ କାର୍ଯ୍ୟକୁ କିପରି ଠିକ୍ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚାଯାଇପାରିବ ସେ ନେଇ ବିଜେପି ନେତା ଅରିନ୍ଦମ ରାୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ ।