ଓକିଲ ସଂଘର ଶପଥ ଗ୍ରହଣ ଉତ୍ସବ
ରାଜକନିକା: ରାଜକନିକା ତହସିଲ ପରିସରରେ କନିକା ବାର ଆସୋସିଏସନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀ ଶିବପ୍ରସାଦ ବେହେରା ଓ ଉପନିର୍ବାଚନ ଅଧିକାରୀ ପ୍ରକାଶ କୁମାର ଦାସ ଉପସ୍ଥିତ ରହି ସମସ୍ତ ନବନିର୍ବାଚିତ ସଭ୍ୟ ଯଥା ସଭାପତି ଭାବେ ବିରେନ କୁମାର ଜେନା, ଉପ ସଭାପତି ଭାବେ ଅଶୋକ କୁମାର ସାମଲ, ସମ୍ପାଦକ ଭାବେ ମନୋରଞ୍ଜନ ଭୂୟାଁ, ସହ ସମ୍ପାଦକ ଭାବେ ଅରୁଣ କୁମାର ଦାସ, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ସାହୁ, ପୁସ୍ତକ ରକ୍ଷକ ଭାବେ ସୁକାନ୍ତ କୁମାର ଜେନା ଓ ସଂସ୍କୃତିକ ଆବାହକ ଭାବେ ମନୋଜ କୁମାର ନାୟକଙ୍କୁ ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ କନିକା ବାର ଆସୋସିଏସନର ସମସ୍ତ ଓକିଲମାନେ ଉପସ୍ଥିତ ରହି ନବ ନିର୍ବାଚିତ ସଭ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।