ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ

 ଖଇରା:  ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଇରା ବରିଷ୍ଠ ନାଗରିକ ମଞ୍ଚର ୬ଷ୍ଠ ବାର୍ଷିକ ଉତ୍ସବ ଖଇରା ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶରତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସ୍ତମ୍ଭକାର ନିରଞ୍ଜନ ସାହୁ ମୁଖ୍ୟଅତିଥି, ଖଇରା ସିଏଚସିର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ପ୍ରଭାକର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅବସର ପରେ ଲେଭାର ବଶବର୍ତ୍ତୀ ନ ହୋଇ ସମାଜସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ପଣ୍ଡା ଓ ହରେକୃଷ୍ଣ ଦାଶ, ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, କିଶୋର ଦାସ, ଦାମୋଦର ନାୟକ ଓ ମଧୁସୂଦନ ଦାସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚର ମୁଖପତ୍ର ବର୍ଷିଆନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ  ବିପିନ ଦାସ ମହାପାତ୍ର, ଇଂ ରାଜେଶ ମହାକୁଡ ଓ ଗଣେଷ ପ୍ରସାଦ ମହାପାତ୍ରଙ୍କୁ ଖଇରା ଗୌରବ ସମ୍ମାନ, ଅନ୍ତର୍ଯାମୀ ପାତ୍ର ଓ ବନମାଳୀ ନାୟକଙ୍କୁ ବର୍ଷିଆନ ସମ୍ମାନ, କିଣାଦାସ, ସତ୍ୟଭାମା ପ୍ରଧାନ, କୁନ୍ତଳା ମହାରଥା, ହରେକୃଷ୍ଣ କୁଅଁର, ମହେନ୍ଦ୍ର ପ୍ରସାଦ ନାୟକଙ୍କୁ କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁକ୍ତିକାନ୍ତ ଶତପଥୀ ସମ୍ପାଦକୀୟ ପାଠ ଓ ସନ୍ତୋଷ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।