ଅନ୍ୱେଷଣ ଥିଏଟର ଗ୍ରୁପର ବାର୍ଷିକୋତ୍ସବ 

 ଯାଜପୁର ଟାଉନ :  ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପର ୬ଷ୍ଠ ବାର୍ଷିକୋତ୍ସବ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଓ ହୁଣ୍ଡିରୁ ଲବ୍ଧ ଅର୍ଥ ପ୍ରଦାନ ଓ ସମ୍ବର୍ଦ୍ଧନା ସଭା ଆରମ୍ଭ କରାଯାଇଥିଲା । ଅତିଥିଭାବେ ଯାଜପୁର ଅତିରିକ୍ତ ଆୟୁକ୍ତ, ଭୂ-ଲେଖ ଓ ବନେ୍ଦାବସ୍ତ ଅକ୍ଷୟ କୁମାର ମଲ୍ଲିକ,  ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ବରିଷ୍ଟ ଶିକ୍ଷାବିତ ଶଶଧର ପଣ୍ଡା,  ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ ଓ  କମଳାକାନ୍ତ ଫାଉଣ୍ଡେସନର ଅଧ୍ୟକ୍ଷ ମୃତୁ୍ୟଞ୍ଜୟ ମିଶ୍ର ଯୋଗଦାନ କରିଥିଲେ । ଅନୁଷ୍ଠାନର ସାଂସ୍କୃତି ସମ୍ପାଦକ ଶଙ୍କର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଜାଗାରୁ ହୁଣ୍ଡିର ଅର୍ଥ ସଂଗ୍ରହ କରାଯାଇଥିବା ହୁଣ୍ଡିକୁ ଅତିଥିମାନଙ୍କ ଦ୍ୱାରା ଭଙ୍ଗାଯାଇ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିବାସୀ ଅସହାୟ କର୍କଟ ପିଡ଼ିତ ନାରାୟଣ ଚନ୍ଦ୍ର ସାହୁଙ୍କୁ ୨୭ହଜାର ୮ଶହ ୧୯ଟଙ୍କା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ୨୦୨୫ ଅନ୍ୱେଷିକା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ କୋର କମିଟିର ସଦସ୍ୟା ଲକ୍ଷ୍ମୀପ୍ରୀୟା ରାଉତରାୟଙ୍କ ଦ୍ୱାରା ରଚିତ ‘ମିଠା ମିଠା ଗୀତ’ ପତି୍ରକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ କୋର କମିଟିର ଅଧ୍ୟକ୍ଷ ସେକ୍ ଅବ୍ଦୁଲ୍ ସାଜିଦ୍ ଓ କୋର କମିଟିର ସଦସ୍ୟ ସୂର୍ଯ୍ୟକାନ୍ତ ସେଠୀ ଅତିଥି ଆମନ୍ତ୍ରଣ କରିଥିବା ବେଳେ ଉପସଭାପତି ସୁବାସ ଚନ୍ଦ୍ର ଦେବତା ସ୍ୱାଗତ ଭାଷଣ ଦେଇଥିଲେ । ଭରତ ଚନ୍ଦ୍ର ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ସମ୍ପାଦକ ଅଭିମନୁ୍ୟ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର ଅନୁଷ୍ଠାନର ଅଭିମୁଖ୍ୟ ପ୍ରଦାନକରିଥିବା ବେଳେ ଦାମୋଦର ନନ୍ଦ ଓ ବିଜୟ ଭୂଷଣ ନନ୍ଦ ବେଦ ପାଠ କରିଥିଲେ । ଅନୁଷ୍ଠାନର ଅନ୍ୱେଷଣ ସମ୍ମାନ ୨୦୨୫ ଗୋପାଳ ଚନ୍ଦ୍ର ବେହେରା, ଶଶଧର ପଣ୍ଡା, ଚନ୍ଦ୍ରଶେଖର ଜେନା, ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର, ଶ୍ରୀଜୟ କୁମାର ମହାପାତ୍ର, ପ୍ରାଧ୍ୟାପକ ବିଷ୍ଣୁ ଚରଣ ବେହେରା, ସ୍ମୃତିରଞ୍ଜନ ସାହୁ, ନାରାୟଣ ଚନ୍ଦ୍ର ନାଥ, ନାରାଣ ଚନ୍ଦ୍ର ଓଝାଙ୍କୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତି ସଭା ଆୟୋଜନ କରାଯାଇଥିଲା । ସଭାରେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉାପଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ସମାଜସେବୀ ମାହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା ଯୋଗଦାନକରି ଅନ୍ୱେଷଣ କଳାକାର ଦିନରାତି ଏକକରି କଳା ସଂସ୍କୃତିକୁ ଉଦ୍ଜୀବିତ ରଖିଥିବାରୁ ସମସ୍ତ କଳାକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟ ଖଗେଶ୍ୱର ସାହୁଙ୍କ ରଚିତ ଓ ପ୍ରଦୀକ ନନ୍ଦଙ୍କ ନିଦେ୍ର୍ଦଶନାରେ ସାମାଜିକ ବାର୍ତାବହ ନାଟକ ‘ବିଧିର ବିଧାନ’ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।