ପୁଣି ମନମୋହନ ବିଜେପି ମୁଖିଆ ହେବେ କି ?

ପୁଣି ମନମୋହନ ବିଜେପି ମୁଖିଆ ହେବେ କି  ?

 କିଏ ହେବ ରାଜ୍ୟ ବିଜେପିର ନୂଆ ସଭାପତି? ପୁରୁଣା ସଭାପତି ମନମୋହନ ସାମଲ ମୁଖିଆ ଭାବେ ରିପିଟ୍ ହେବେ, ନା ଆଉ କେଉଁ ନେତା ନୂଆ ଚେହେରା ଭାବେ ସାମ୍ନାକୁ ଆସିବେ? ତାହା ହିଁ ହେଉଛି ବର୍ତ୍ତମାନର ସ୍ଥିତିରେ ସବୁଠୁ ବଡ଼ ପ୍ରଶ୍ନ । ଏହାସହ ଏହାଠୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ ବିଜେପିର ଏହି ନବକଳେବରରେ ଫୋକସରେ ରହିପାରେ ପଶ୍ଚିମ ଓଡ଼ିଶା । ଅନ୍ୟପଟେ ଉପକୂଳ ଓଡ଼ିଶାକୁ ବି ଗୁରୁତ୍ୱ ମିଳିପାରେ ବୋଲି ଗୋଟିଏ ପକ୍ଷ ଦାବି କରୁଛି । ତେଣୁ କଥା ଉଠୁଛି, ଓଡ଼ିଶା କେଉଁ ଭାଗରୁ ମୁଖିଆ ବାଛିବ ରାଜ୍ୟ ବିଜେପି?