ବିକୃତ ମସ୍ତିଷ୍କ ବ୍ୟକ୍ତିଙ୍କ ମୁହଁରେ ଫୁଟିଲା ହସ 

 ବ୍ୟାସନଗର,: ଯାହାର କେହି ନାହିଁ ତା ପାଖରେ ସହିଦ ଭଗତ ସିଂ ସଂଘର ସଦସ୍ୟ ମାନେ ସବୁ ସମୟରେ ସାହାର୍ଯ୍ୟ କରିବା ପାଇଁ ଆଗଭର ହୋଇଥାନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିଦ ଭଗତ ସିଂ ଯୁବକ ସଂଘ ରସଦସ୍ୟମାନେ ନିଆରା ଢଙ୍ଗରେ ରଜପାଳନ କରୁଥିବାର ଦେଖିବାକୁ ମିଳିଥିଲା । ପହିଲି ରଜରେ ସମସ୍ତେ ଖୁସି ବନାଉଥିବାବେଳେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ସଂଘର ସଭ୍ୟମାନେ ବଜାରରେ ବୁଲୁଥିବା ମସ୍ତିଷ୍କ ବିକୃତ ବ୍ୟକ୍ତିମାନଙ୍କୁ ସହରରେ ବିଭିନ୍ନ ସ୍ଥାନରୁ ଖୋଜିଖୋଜି ତାଙ୍କୁ ବୁଝାଇ ଲଣ୍ଡା କରି ସ୍ନାନ କରି ଶୁଦ୍ଧ ପରିଷ୍କାର କରିବା ସହିତ ନୂତନ ବସ୍ତ୍ର ଏବଂ ଜୋତା ପରିଧାନ କରାଇଥିଲେ । ଏହି ମହାନ କାର୍ଯ୍ୟରେ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର, ସହ ସମ୍ପାଦକ ଅକ୍ଷୟ କୁମାର ନାୟକ, ସଭ୍ୟ ହେମନ୍ତ କୁମାର ନାୟକ, କୈଳାଶ ସାମଲ, ପ୍ରମୋଦ ମଲିକ, ରାମଚନ୍ଦ୍ର ବାରିକ, ସସାଙ୍ଗ ବଂହ, ତପନ ବାରିକ ମନୀନ୍ଦ୍ର ମଲିକ ଓ ରାଜୁ ବାରିକ ପ୍ରମୁଖ ସହଯୋଗ କରିଥିଲେ ।